Advertisment

ଘରେ ପଶି ଛାତ୍ରୀଙ୍କ ବେକ କାଟିଲା ମୁଖା ପିନ୍ଧା ଯୁବକ

ଆସିକା (ମନୋଜ ମୁନୀ): ସକାଳେ ସକାଳେ ଗ୍ରାମୀଣ ପରିବେଶ ଚୁପ୍‌ଚାପ୍‌ ଥିଲା। ଠିକ୍‌ ସେହି ସମୟରେ ଜଣେ ମୁଖାପିନ୍ଧା ଯୁବକ ଘରେ ପଶି ଛାତ୍ରୀଙ୍କ ବେକ କାଟି ଦେଇଛି। ଆଜି ସକାଳେ ଏପରି ଘଟଣା ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରେ ଘଟିଛି। ଛାତ୍ରୀଙ୍କ ବେକ କାଟିଥିବା ମୁଖା ପିନ୍ଧା ଯୁବକ କିଏ? ତାଙ୍କର ପରିଚୟ ଜଣାପଡ଼ିନଥିବା ବେଳେ ପୁଲିସ ମାମଲା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଆସିକା ଥାନା ଅନ୍ତର୍ଗତ ଧନିଜା […]

ଅଦ୍ୟତନ ହୋଇଛି
ଘରେ ପଶି ଛାତ୍ରୀଙ୍କ ବେକ କାଟିଲା ମୁଖା ପିନ୍ଧା ଯୁବକ

Ganjam

Advertisment

ଆସିକା (ମନୋଜ ମୁନୀ): ସକାଳେ ସକାଳେ ଗ୍ରାମୀଣ ପରିବେଶ ଚୁପ୍‌ଚାପ୍‌ ଥିଲା। ଠିକ୍‌ ସେହି ସମୟରେ ଜଣେ ମୁଖାପିନ୍ଧା ଯୁବକ ଘରେ ପଶି ଛାତ୍ରୀଙ୍କ ବେକ କାଟି ଦେଇଛି। ଆଜି ସକାଳେ ଏପରି ଘଟଣା ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରେ ଘଟିଛି। ଛାତ୍ରୀଙ୍କ ବେକ କାଟିଥିବା ମୁଖା ପିନ୍ଧା ଯୁବକ କିଏ? ତାଙ୍କର ପରିଚୟ ଜଣାପଡ଼ିନଥିବା ବେଳେ ପୁଲିସ ମାମଲା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Advertisment

ଆସିକା ଥାନା ଅନ୍ତର୍ଗତ ଧନିଜା ଗାଁର ରୀମା(ଛଦ୍ମନାମ) +୨ରେ ପାଠ ପଢ଼ନ୍ତି। ଏଥିସହ ସେ ଘରେ ଟ୍ୟୁସନ୍‌ ମଧ୍ୟ କରନ୍ତି। ଆଜି କିନ୍ତୁ ଟ୍ୟୁସନ୍‌ ବନ୍ଦ ରହିଥିଲା। ରୀମାଙ୍କ ମାଆ ସକାଳେ ବିକ କାମ କରିବାକୁ ଚାଲି ଯାଇଥିଲେ। ଘରେ ଏକାକୀ ଥିଲେ ରୀମା। ଏହି ସମୟରେ ଜଣେ ମୁଖା ପିନ୍ଧା ଯୁବକ ହାତରେ ମାରଣାସ୍ତ୍ର ଧରି ରୀମାଙ୍କ ଘରେ ପଶିଥିଲା।

କିଛି ସମୟ ପରେ ଯୁବକ ଜଣକ ରକ୍ତାକ୍ତ ହୋଇ ଘରୁ ବାହାରିଥିଲା। ଏହା ଦେଖି ସାହିଭାଇ ତାକୁ ଗୋଡ଼ାଇ ଥିଲେ। ଯୁବକ ଜଣକ କେନାଲ୍‌ ରାସ୍ତାରେ ଦୌଡ଼ି ପଳାଇ ଯାଇଥିଲା। ତାଙ୍କୁ ଧରି ପାରିନଥିଲେ। ପରେ ଗାଁ ଲୋକେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆସିକା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ସେପଟେ ଗାଁ ଲୋକଙ୍କଠାରୁ ଖବର ପାଇ ଆସିକା ଥାନା ପୁଲିସ ମେଡିକାଲ୍‌ରେ ପହଞ୍ଚି ଛାତ୍ରୀଙ୍କ ବୟାନ୍‌ ରେକର୍ଡ କରିବାକୁ ଚେଷ୍ଟା କରିଥିଲା। ମାତ୍ର ଛାତ୍ରୀଙ୍କ ବେକ କଟାଯାଇଥିବାରୁ ସେ କଥା ହୋଇପାରୁ ନାହାନ୍ତି। ତେଣୁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଛାତ୍ରୀଙ୍କୁ ଜଣେ ଯୁବକ ପ୍ରେମ ନିବେଦନ କରୁଥିଲେ। ମାତ୍ର ଛାତ୍ରୀ ଜଣକ ବିରୋଧ କରୁଥିଲେ। ଯେଉଁଥିପାଇଁ ତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe