ସମ୍ବଲପୁରୀ ବୁଣାକାର ରାମକୃଷ୍ଣ ମେହେରଙ୍କୁ ୱାଲର୍ଡ କ୍ରାଫ୍ଟ କାଉନସିଲ୍‌ ସମ୍ମାନ

ବରଗଡ଼ (ଦୀପକ ଶର୍ମା): ସମ୍ବଲପୁରୀ ବସ୍ତ୍ର ବିଶ୍ୱ ଦରବାରରେ ଶ୍ରେଷ୍ଠ ବିବେଚିତ ହୋଇଛି। ୨୧୫ଟି ବସ୍ତ୍ର ନମୁନାକୁ ପଛରେ ପକାଇ ସମ୍ବଲପୁରୀ ବସ୍ତ୍ର ଏକ ନମ୍ବର ହୋଇଛି। ଏହା କେବଳ ସମ୍ଭବ ହୋଇଛି ହସ୍ତତନ୍ତ ବିଶେଷଜ୍ଞ ତଥା ସମ୍ବଲପୁରୀ ବସ୍ତ୍ରର ପୃଷ୍ଠପୋଷକ ବରଗଡ଼ର ରାମକୃଷ୍ଣ ମେହେରଙ୍କ ପାଇଁ। ଏଥିପାଇଁ ୱାଲର୍ଡ କ୍ରାଫ୍ଟ କାଉନସିଲ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। କୁଏତରେ ଥିବା କାଉନସିଲ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଆୱାର୍ଡ ଅଫ୍‌ ଏକ୍ସେଲେନ୍ସ-୨୦୧୮ ସମ୍ମାନର ପ୍ରମାଣପତ୍ର ଆସିଛି। ଏହା ଜଣାପଡ଼ିବା ପରେ ବରଗଡ଼ ସମେତ […]

sambalpuri

sambalpuri

Rakesh Mallick
  • Published: Sunday, 16 December 2018
  • Updated: 16 December 2018, 07:00 PM IST

Sports

Latest News

ବରଗଡ଼ (ଦୀପକ ଶର୍ମା): ସମ୍ବଲପୁରୀ ବସ୍ତ୍ର ବିଶ୍ୱ ଦରବାରରେ ଶ୍ରେଷ୍ଠ ବିବେଚିତ ହୋଇଛି। ୨୧୫ଟି ବସ୍ତ୍ର ନମୁନାକୁ ପଛରେ ପକାଇ ସମ୍ବଲପୁରୀ ବସ୍ତ୍ର ଏକ ନମ୍ବର ହୋଇଛି। ଏହା କେବଳ ସମ୍ଭବ ହୋଇଛି ହସ୍ତତନ୍ତ ବିଶେଷଜ୍ଞ ତଥା ସମ୍ବଲପୁରୀ ବସ୍ତ୍ରର ପୃଷ୍ଠପୋଷକ ବରଗଡ଼ର ରାମକୃଷ୍ଣ ମେହେରଙ୍କ ପାଇଁ। ଏଥିପାଇଁ ୱାଲର୍ଡ କ୍ରାଫ୍ଟ କାଉନସିଲ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। କୁଏତରେ ଥିବା କାଉନସିଲ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଆୱାର୍ଡ ଅଫ୍‌ ଏକ୍ସେଲେନ୍ସ-୨୦୧୮ ସମ୍ମାନର ପ୍ରମାଣପତ୍ର ଆସିଛି।

ଏହା ଜଣାପଡ଼ିବା ପରେ ବରଗଡ଼ ସମେତ ସାରା ରାଜ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ସମ୍ମାନ ପାଇଁ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

ସୂଚନାଯୋଗ୍ୟ, ଏହି ସମ୍ମାନ ପାଇଁ ସାରା ବିଶ୍ୱରୁ ୨୧୫ଟି ନମୁନା ଆସିଥିଲା। ଉତ୍କର୍ଷ, ପ୍ରାମାଣିକ ସତ୍ୟତା, ନୂତନତା ଏବଂ ବିପଣନ ଆଧାରରେ ବିଚାରକମାନେ ରାମକୃଷ୍ଣଙ୍କ ନମୁନାକୁ ଶ୍ରେଷ୍ଠ ବୋଲି ବିବେଚନା କରିଥିଲେ।

ଏକ ବୁଣାକାର ପରିବାରରୁ ଆସିଥିବା ରାମକୃଷ୍ଣ ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗରେ ବୈଷୟିକ କର୍ମଚାରୀ ଭାବେ କାମ କରୁଥିଲେ। ପରେ ସେ ସ୍ୱେଚ୍ଛାକୃତ ଅବସର ନେଇ ନିଜେ ନୂଆ ଡିଜାଇନ୍‌ର ସମ୍ବଲପୁରୀ ବସ୍ତ୍ର ବୁଣିବା ଆରମ୍ଭ କରିଥିଲେ। ଏହାସହ ବରଗଡ଼ ସହରରେ ମେହେର ଶାଢ଼ୀ ନାଁରେ ଏକ ସଂସ୍ଥା ଖୋଲି ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ଦିଗରେ କାମ କରିଆସିଛନ୍ତି। ପୂର୍ବରୁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ବୟନ ବିଭାଗ, ଭାରତ ସରକାର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos