Advertisment

ଜଟଣୀରେ ମାତମ୍‌ ଶୋଭାଯାତ୍ରା

ଜଟଣୀ (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୁସଲମାନ ସମ୍ପ୍ରଦାୟର ଲୋକେ ମହରମ୍ ପର୍ବ ପାଳନ କରିଛନ୍ତି। ତେବେ ଜଟଣୀ ସହରରେ ମୁସଲିମ୍ ମହିଳା ଓ ପୁରୁଷ ମାନଙ୍କ ଦ୍ୱାରା ବାହାରିଥିବା ମାତମ୍ ଶୋଭାଯାତ୍ରା ଥିଲା ଭିନ୍ନ ପ୍ରକାର। ୧୪ଶହ ବର୍ଷ ତଳେ ହୁସେନ ଅଲିଙ୍କୁ ଯେଉଁଭଳି ହତ୍ୟା କରାଯାଇଥିଲା, ତାକୁ ନିନ୍ଦା କରି ମହିଳାମାନେ କଳା ରଙ୍ଗର ବସ୍ତ୍ର ପରିଧାନ କରିଥିଲେ।

ଛୋଟଠୁ ବଡ଼ ସମସ୍ତେ ମାତମ ଶୋଭାଯାତ୍ରାରେ ନିଜ ନିଜ ଶରୀରକୁ ଧାରୁଆ ଅସ୍ତ୍ରରେ ଆଘାତ କରି ରକ୍ତ ବାହାର କରି ହୁସେନଙ୍କ ହତ୍ୟାକାରୀ ବିରୋଧରେ ସ୍ଲୋଗାନ ଦେଇଥିଲେ। ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୋଧରେ ହୁସେନ ଅଲି ପ୍ରାଣବଳି ଦେଇଥିବାରୁ ଆଜିର ଦିନକୁ ସ୍ମରଣ କରି ସତ୍ୟ ଓ ଦୁଷ୍ଟ ଶକ୍ତି ବିରୁଦ୍ଧରେ ଏକାଠି ହେବା ମହରମ୍‌ର ବାର୍ତ୍ତା ବୋଲି କହିଥିଲେ।

author-image
Ordigital Desk