ଜଟଣୀରେ ମାତମ୍‌ ଶୋଭାଯାତ୍ରା

Ordigital Desk
  • Published: Sunday, 01 October 2017
  • , Updated: 01 October 2017, 03:10 PM IST
<p>ଜଟଣୀ (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୁସଲମାନ ସମ୍ପ୍ରଦାୟର ଲୋକେ ମହରମ୍ ପର୍ବ ପାଳନ କରିଛନ୍ତି। ତେବେ ଜଟଣୀ ସହରରେ ମୁସଲିମ୍ ମହିଳା ଓ ପୁରୁଷ ମାନଙ୍କ ଦ୍ୱାରା ବାହାରିଥିବା ମାତମ୍ ଶୋଭାଯାତ୍ରା ଥିଲା ଭିନ୍ନ ପ୍ରକାର। ୧୪ଶହ ବର୍ଷ ତଳେ ହୁସେନ ଅଲିଙ୍କୁ ଯେଉଁଭଳି ହତ୍ୟା କରାଯାଇଥିଲା, ତାକୁ ନିନ୍ଦା କରି ମହିଳାମାନେ କଳା ରଙ୍ଗର ବସ୍ତ୍ର ପରିଧାନ କରିଥିଲେ।</p> <p>ଛୋଟଠୁ ବଡ଼ ସମସ୍ତେ ମାତମ ଶୋଭାଯାତ୍ରାରେ ନିଜ ନିଜ ଶରୀରକୁ ଧାରୁଆ ଅସ୍ତ୍ରରେ ଆଘାତ କରି ରକ୍ତ ବାହାର କରି ହୁସେନଙ୍କ ହତ୍ୟାକାରୀ ବିରୋଧରେ ସ୍ଲୋଗାନ ଦେଇଥିଲେ। ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୋଧରେ ହୁସେନ ଅଲି ପ୍ରାଣବଳି ଦେଇଥିବାରୁ ଆଜିର ଦିନକୁ ସ୍ମରଣ କରି ସତ୍ୟ ଓ ଦୁଷ୍ଟ ଶକ୍ତି ବିରୁଦ୍ଧରେ ଏକାଠି ହେବା ମହରମ୍&zwnj;ର ବାର୍ତ୍ତା ବୋଲି କହିଥିଲେ।</p>

Related story