Advertisment

ଦିନକ ପରେ ମ୍ୟାଟ୍ରିକ୍‌ ପରୀକ୍ଷା, ଆଜିଠୁ ଆନ୍ଦୋଳନରେ ବସିଲେ ଶିକ୍ଷକ ଓ କର୍ମଚାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକ ପରେ ମ୍ୟାଟ୍ରିକ ପରୀକ୍ଷା। ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପରୀକ୍ଷା ପ୍ରସ୍ତୁତି। ଆଉ ଏପାଖରେ ଆଜିଠାରୁ ‘ରାଜ୍ୟ ସ୍କୁଲ୍‌ କଲେଜ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ’ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆରମ୍ଭ କରିଛି ଧାରଣା। ପରୀକ୍ଷାକୁ ବର୍ଜନ ନକରିଥିଲେ ମଧ୍ୟ ଦାବି ପୂରଣ ଲାଗି ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛି ମଞ୍ଚ। ସ୍ଥାୟୀ ନିଯୁକ୍ତି ନେଇ ସରକାର ତିନି ମାସ ସମୟ ନେଇଥିଲେ ସୁଦ୍ଧା ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି […]

ଅଦ୍ୟତନ ହୋଇଛି
ଦିନକ ପରେ ମ୍ୟାଟ୍ରିକ୍‌ ପରୀକ୍ଷା, ଆଜିଠୁ ଆନ୍ଦୋଳନରେ ବସିଲେ ଶିକ୍ଷକ ଓ କର୍ମଚାରୀ

maticc-exam-will-held-on-thursday

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକ ପରେ ମ୍ୟାଟ୍ରିକ ପରୀକ୍ଷା। ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପରୀକ୍ଷା ପ୍ରସ୍ତୁତି। ଆଉ ଏପାଖରେ ଆଜିଠାରୁ ‘ରାଜ୍ୟ ସ୍କୁଲ୍‌ କଲେଜ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ’ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆରମ୍ଭ କରିଛି ଧାରଣା। ପରୀକ୍ଷାକୁ ବର୍ଜନ ନକରିଥିଲେ ମଧ୍ୟ ଦାବି ପୂରଣ ଲାଗି ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛି ମଞ୍ଚ। ସ୍ଥାୟୀ ନିଯୁକ୍ତି ନେଇ ସରକାର ତିନି ମାସ ସମୟ ନେଇଥିଲେ ସୁଦ୍ଧା ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି ସରକାର।

Advertisment

ଏବେ ପ୍ରଶ୍ନ ଉଠୁଛି, ଏତେ ସଂଖ୍ୟାରେ ସ୍କୁଲ୍ ଶିକ୍ଷକ ଧାରଣାରେ ବସିବା ଯୋଗୁ ମ୍ୟାଟ୍ରିକ୍ ପରୀକ୍ଷା ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେବ ନାହିଁ ତ? ତେବେ ଏପରି ସମସ୍ୟାର ମୁକାବିଲା ଲାଗି ବୋର୍ଡ ପ୍ରସ୍ତୁତ ଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି।

ସେପଟେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ ପରୀକ୍ଷା କେନ୍ଦ୍ରକୁ ନେଇ ଖୁସି ନାହାନ୍ତି ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ। ପରୀକ୍ଷା ଦେବା ଲାଗି ଚିତ୍ରକୋଣ୍ଡାର ପରୀକ୍ଷାର୍ଥୀମାନେ ୩୦ କିଲୋମିଟର ଦୂର ବାଲିମେଳାକୁ ଯିବେ। ଘାଟି ରାସ୍ତାରେ ବିପଜ୍ଜନକ ଅବସ୍ଥାରେ ୨ ଘଣ୍ଟା ଧରି ଯାତ୍ରା କରିବା କାଠିକର ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି।

Advertisment

ନିୟମ ଅନୁଯାୟୀ ସ୍କୁଲଠାରୁ ୫ ରୁ ୧୦ କିଲୋମିଟର ଭିତରେ ମ୍ୟାଟ୍ରିକ ପରୀକ୍ଷା କେନ୍ଦ୍ର ହେବା କଥା। ମାତ୍ର ନିକଟରେ କୌଣସି ଶିକ୍ଷାନୁଷ୍ଠାନ ନଥିବାରୁ ଦୂରରେ ପଡ଼ିଛି ପରୀକ୍ଷାକେନ୍ଦ୍ର। ସେହିପରି ନବରଙ୍ଗପୁରରେ ମଧ୍ୟ ଦୂରରେ ପରୀକ୍ଷା କେନ୍ଦ୍ରକୁ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କହିଛନ୍ତି, ସାଇଣ୍ଟିଫିକ୍ ସିଷ୍ଟମ ଦ୍ୱାରା ସେଣ୍ଟର ସ୍ଥିର ହୋଇଛି। (ଦେଖନ୍ତୁ ଭିଡିଓ ଷ୍ଟୋରି)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe