Advertisment

କାଲିଠାରୁ ମ୍ୟାଟ୍ରିକ୍‌ ଖାତା ମୂଲ୍ୟାୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ ପ୍ରକ୍ରିୟା। ଏଥିପାଇଁ ରାଜ୍ୟର ମୋଟ୍‌ ୬୧ଟି ମୂଲ୍ୟୟନ କେନ୍ଦ୍ର ହୋଇଥିବା ବେଳେ ୧୬ ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ସାମିଲ ହେବେ। ତେବେ ‘କରୋନା’କୁ ଦୃଷ୍ଟିରେ ରଖି ମ୍ୟାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏଥର ମୂଲ୍ୟାୟନ କେନ୍ଦ୍ରରେ ଗହଳି ରୋକିବାକୁ ସବ୍‌ଜେକ୍ଟ ଓ୍ୱାଇଜ୍ ଖାତା ଦେଖା ହେବ। ସକାଳ ୮ଟା ୩୦, ୯ଟା ୩୦ ଓ ୧୦ଟା […]

ଅଦ୍ୟତନ ହୋଇଛି
କାଲିଠାରୁ ମ୍ୟାଟ୍ରିକ୍‌ ଖାତା ମୂଲ୍ୟାୟନ

matric

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ ପ୍ରକ୍ରିୟା। ଏଥିପାଇଁ ରାଜ୍ୟର ମୋଟ୍‌ ୬୧ଟି ମୂଲ୍ୟୟନ କେନ୍ଦ୍ର ହୋଇଥିବା ବେଳେ ୧୬ ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ସାମିଲ ହେବେ। ତେବେ ‘କରୋନା’କୁ ଦୃଷ୍ଟିରେ ରଖି ମ୍ୟାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

Advertisment

ଏଥର ମୂଲ୍ୟାୟନ କେନ୍ଦ୍ରରେ ଗହଳି ରୋକିବାକୁ ସବ୍‌ଜେକ୍ଟ ଓ୍ୱାଇଜ୍ ଖାତା ଦେଖା ହେବ। ସକାଳ ୮ଟା ୩୦, ୯ଟା ୩୦ ଓ ୧୦ଟା ୩୦ରୁ ଭିନ୍ନ ଭିନ୍ନ ୩ଟି ସିଫ୍‌ଟରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସେଣ୍ଟରକୁ ଆସିବେ। ସବୁ ସେଣ୍ଟରରେ ମୂଲ୍ୟାୟନକାରୀ ସାନିଟାଇଜର ବ୍ୟବହାର ସହ ସ୍ୱାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନ୍‌ ଅନୁସାରେ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରିବେ। ଏ ନେଇ ଗତକାଲି ସବୁ ଡିଇଓ, ବିଇଓ ଓ ଚିଫ୍‌ ଏକ୍‌ଜାମିନରଙ୍କୁ ଭିଡିଓ କନ୍‌ଫରେନସିଂ ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ମ୍ୟାଟ୍ରିକ ଖାତା ଦେଖା ପ୍ରକ୍ରିୟା ମାର୍ଚ୍ଚ ୧୯ରୁ ଏପ୍ରିଲ୍ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe