Advertisment

ଲକ୍‌ଡାଉନ୍‌ ପରେ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ

କଟକ(ଗୌତମ ପଣ୍ଡା): ଲକ୍‌ଡାଉନ୍ ‌ପରେ ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ତାରିଖ ଧାର୍ଯ୍ୟ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୀଘ୍ର ମୂଲ୍ୟାୟନ ପାଇଁ ଆବଶ୍ୟକ ଅନୁସାରେ ଅଧିକ ଶିକ୍ଷକ ନିଯୁକ୍ତି ସହ ମୂଲ୍ୟାୟନ କେନ୍ଦ୍ର ବୃଦ୍ଧି କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି। ଏହାସହ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ବୁକ୍‌ ଯୋଗାଇ ଦେବା ପାଇଁ ବୋର୍ଡ ପକ୍ଷରୁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକସ୍ଥିତ ବୋର୍ଡ […]

author-image
Jyoshna Pradhan
ଲକ୍‌ଡାଉନ୍‌ ପରେ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ

ctc

କଟକ(ଗୌତମ ପଣ୍ଡା): ଲକ୍‌ଡାଉନ୍ ‌ପରେ ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ତାରିଖ ଧାର୍ଯ୍ୟ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୀଘ୍ର ମୂଲ୍ୟାୟନ ପାଇଁ ଆବଶ୍ୟକ ଅନୁସାରେ ଅଧିକ ଶିକ୍ଷକ ନିଯୁକ୍ତି ସହ ମୂଲ୍ୟାୟନ କେନ୍ଦ୍ର ବୃଦ୍ଧି କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି।

Advertisment

ଏହାସହ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ବୁକ୍‌ ଯୋଗାଇ ଦେବା ପାଇଁ ବୋର୍ଡ ପକ୍ଷରୁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ସମସ୍ତ ଜୋନାଲ ସେଣ୍ଟରକୁ ସ୍ୱତନ୍ତ୍ର ଗାଡ଼ିରେ ବହି ଯୋଗାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟା ଚଳିତ ସପ୍ତାହ ମଧ୍ୟରେ ଶେଷ ହେବ।

ଲକ୍‌ଡାଉନ୍‌ ଖୋଲିବା ପରେ ଜୋନାଲ କାର୍ଯ୍ୟାଳୟରେ ଡିଲରମାନଙ୍କୁ ବହି ବିକ୍ରି କରାଯିବ। ଏହାପରେ ପର୍ଯ୍ୟାୟ କ୍ରମେ ଛାତ୍ରଛାତ୍ରୀଙ୍କ ପାଖରେ ବହି ପହଞ୍ଚିବ ବୋଲି ବୋର୍ଡ ସଭାପତି କହିଛନ୍ତି। କଟକ ସେଣ୍ଟ୍ରାଲ ଜୋନ୍ ସମେତ ଭୁନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର ଓ ସମ୍ୱଲପୁର ଜୋନ୍‌କୁ ବହି ପଠାଇବା ଆରମ୍ଭ ହୋଇଛି। ଜୟପୁର ବ୍ୟତୀତ ଅନ୍ୟାନ ସମସ୍ତ ଜୋନରେ ଲକ୍‌ଡାଉନ୍‌ ପରେ ବହି ବିକ୍ରି କରାଯିବ ବୋଲି ବୋର୍ଡ ସଭାପତି କହିଛନ୍ତି।

Advertisment