Advertisment

ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ, କଡ଼ା ସୁରକ୍ଷା ମଧ୍ୟରେ ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର

ଭୁବନେଶ୍ୱର: ଆସନ୍ତା ସୋମବାରଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ଆଜି ସ୍ପେଶାଲ ସ୍କ୍ୱାର୍ଡ ଗଠନ ହୋଇଥିବା ବେଳେ ବୋର୍ଡ ଅଫିସରେ ଏହାର କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସବୁ ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ରଖାଯାଇଛି। ମାଓ ପ୍ରବଣ କୋରାପୁଟ, କନ୍ଧମାଳ, ଗଜପତି ଓ ରାୟଗଡା ଜିଲ୍ଲାରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ଷ୍ଟ୍ରଙ୍ଗରୁମରେ ରହିଛି। […]

ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ, କଡ଼ା ସୁରକ୍ଷା ମଧ୍ୟରେ ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର

matricexam

Advertisment

ଭୁବନେଶ୍ୱର: ଆସନ୍ତା ସୋମବାରଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ଆଜି ସ୍ପେଶାଲ ସ୍କ୍ୱାର୍ଡ ଗଠନ ହୋଇଥିବା ବେଳେ ବୋର୍ଡ ଅଫିସରେ ଏହାର କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସବୁ ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ରଖାଯାଇଛି। ମାଓ ପ୍ରବଣ କୋରାପୁଟ, କନ୍ଧମାଳ, ଗଜପତି ଓ ରାୟଗଡା ଜିଲ୍ଲାରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ଷ୍ଟ୍ରଙ୍ଗରୁମରେ ରହିଛି। ରାଜ୍ୟରେ ମୋଟ ୩୦୫ଟି ନୋଡାଲ ସେଣ୍ଟର ମଧ୍ୟରୁ ୨୨ଟି ସେଣ୍ଟର ପୋଲିସ ଥାନା ମଧ୍ୟରେ କରାଯାଇଛି।

Advertisment

ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ, ପରୀକ୍ଷାରେ କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍କ୍ୱାଡ ଜିଲ୍ଲା ପ୍ରଶାସନ ଓ ଦ୍ୱିତୀୟ ପର୍ଯ୍ୟାୟରେ ବା ଫ୍ଲାଇଂ ସ୍କ୍ୱାଡ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିୟନ୍ତ୍ରଣରେ ରହିବେ। ସେହିପରି ବୋର୍ଡ ଅଧୀନରେ ତୃତୀୟ ସ୍କ୍ୱାଡ କାମ କରିବ। ବୋର୍ଡ ପକ୍ଷରୁ ଗଠିତ ସ୍ପେଶାଲ ସ୍କ୍ୱାଡରେ ୫୦ଜଣ ସଦସ୍ୟ ରହିଛନ୍ତି। ଏମାନେ ସାରା ରାଜ୍ୟରେ ବିଭିନ୍ନ ଜୋନରେ କାର୍ଯ୍ୟ କରିବେ। ଏହି ସ୍କ୍ୱାଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବୋର୍ଡ ଅଫିସରେ ବସିଥିଲା। ଅନ୍ୟପକ୍ଷରେ ବୋର୍ଡ ପକ୍ଷରୁ ଆଜିଠାରୁ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ମାଟ୍ରିକ ପରୀକ୍ଷା ସମ୍ପର୍କିତ ଯେକୌଣସି ସୂଚନା ପାଇଁ ପରୀକ୍ଷାର୍ଥୀ, ଅଭିବାବକ ଓ ଶିକ୍ଷକମାନେ କଣ୍ଟ୍ରୋଲ ରୁମ୍‌ ସହ ୦୬୭୧-୨୪୧୨୦୫୯ ଓ ୨୪୧୨୦୬୦ ଯୋଗାଯୋଗ କରିପାରିବେ।

ଚଳିତ ବର୍ଷ ୨୮୮୨ଟି କେନ୍ଦ୍ରରେ ୬ ଲକ୍ଷ ୧ହଜାର ୩୪୮ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe