ଶଟ୍‌ଡାଉନ୍ ଘୋଷିତ ୧୧ ଜିଲ୍ଲାରେ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଦୁଇ ଦିନିଆ ଶଟ୍‌ଡାଉନ୍‌ ଆରମ୍ଭ ହୋଇଛି। ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ଟି ଜିଲ୍ଲାରେ ଜୁନ୍‌ ମାସର ପ୍ରତି ଶନିବାର ଓ ରବିବାର ଦୁଇ ଦିନ ଶଟ୍‌ଡାଉନ୍‌ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ୧୧ଟି ଜିଲ୍ଲା ଗୁଡ଼ିକ ହେଉଛି ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର। ଏହି ସବୁ ଜିଲ୍ଲାର ବିନା କୌଣସି କାମରେ ଲୋକେ  ଯେପରି […]

bord-office

Jyoshna Pradhan
  • Published: Saturday, 06 June 2020
  • , Updated: 06 June 2020, 01:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଦୁଇ ଦିନିଆ ଶଟ୍‌ଡାଉନ୍‌ ଆରମ୍ଭ ହୋଇଛି। ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ଟି ଜିଲ୍ଲାରେ ଜୁନ୍‌ ମାସର ପ୍ରତି ଶନିବାର ଓ ରବିବାର ଦୁଇ ଦିନ ଶଟ୍‌ଡାଉନ୍‌ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ୧୧ଟି ଜିଲ୍ଲା ଗୁଡ଼ିକ ହେଉଛି ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର। ଏହି ସବୁ ଜିଲ୍ଲାର ବିନା କୌଣସି କାମରେ ଲୋକେ  ଯେପରି ଘରୁ ନବାହାରିବେ ସେ ନେଇ  ପୁଲିସ୍‌ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି।

ଏଥିସହ ଶଟ୍‌ଡାଉନ୍‌ ଘୋଷିତ ଏହି ଜିଲ୍ଲା ଗୁଡ଼ିକରେ ଶନି ଓ ରବିବାର ଦିନ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ ରହିବ। ଆଜି ଶଟ୍‌ଡାଉନ୍ ଘୋଷିତ ୧୧ ଜିଲ୍ଲାରେ ଖାତା ମୂଲ୍ୟାୟନ ହେଉନି। କାଲି ବି ଖାତା ମୂଲ୍ୟାୟନ ହେବ ନାହିଁ।  ହେଲେ ଅନ୍ୟ ସବୁ ଜିଲ୍ଲାରେ ଶନି ଓ ରବିବାର ଖାତା ମୂଲ୍ୟାୟନ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ମେ’ ୨୬ ତାରିଖରୁ ରାଜ୍ୟରେ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି।

Related story