ମାଟ୍ରିକ ପରୀକ୍ଷାଫଳ: ପଦାକୁ ଆସିଲା ତ୍ରୁଟି

ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବା  ପରେ ଅଳ୍ପ କିଛି ତ୍ରୁଟି ପଦାକୁ ଆସିଛି । ତେବେ ଏହାର ସମାଧାନ ଲାଗି ବୋର୍ଡ କର୍ତ୍ତୃପକ୍ଷ ତିନିଟି  ୨୪ ଘଣ୍ଟିଆ ହେଲପ୍ ଲାଇନ ନମ୍ବର ବ୍ୟବସ୍ଥା କରିଛନ୍ତି । ସେଥି ମଧ୍ୟରୁ ବୋର୍ଡର ନିଜସ୍ୱ  ଦୁଇଟି ନମ୍ବର ରହିଥିବାବେଳେ ସ୍କୁଲ ପରିସରରେ ଆଉ ଗୋଟିଏ ଟୋଲ ଫ୍ରି ନମ୍ବର ରହିଛି । ଗତ ତିନି ଦିନରେ ବୋର୍ଡର ହେଲପ୍ ଲାଇନ୍ ନମ୍ବରକୁ ୬୫୦ ଥର  କଲ୍ ଆସିଛି । ସେଥି […]

BoardOffice

Rakesh Mallick
  • Published: Saturday, 09 May 2015
  • , Updated: 09 May 2015, 04:52 AM IST

ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବା  ପରେ ଅଳ୍ପ କିଛି ତ୍ରୁଟି ପଦାକୁ ଆସିଛି । ତେବେ ଏହାର ସମାଧାନ ଲାଗି ବୋର୍ଡ କର୍ତ୍ତୃପକ୍ଷ ତିନିଟି  ୨୪ ଘଣ୍ଟିଆ ହେଲପ୍ ଲାଇନ ନମ୍ବର ବ୍ୟବସ୍ଥା କରିଛନ୍ତି । ସେଥି ମଧ୍ୟରୁ ବୋର୍ଡର ନିଜସ୍ୱ  ଦୁଇଟି ନମ୍ବର ରହିଥିବାବେଳେ ସ୍କୁଲ ପରିସରରେ ଆଉ ଗୋଟିଏ ଟୋଲ ଫ୍ରି ନମ୍ବର ରହିଛି । ଗତ ତିନି ଦିନରେ ବୋର୍ଡର ହେଲପ୍ ଲାଇନ୍ ନମ୍ବରକୁ ୬୫୦ ଥର  କଲ୍ ଆସିଛି । ସେଥି ମଧ୍ୟରୁ  କିଛି ଅଭିଯୋଗ ମୂଳକ କଲ୍ ହୋଇଥିବାବେଳେ ଆଉ କିଛି କେବଳ  ଇନ୍ କ୍ୱାରୀ କଲ ଭାବେ ପଞ୍ଜୀକୃତ ହୋଇଛି । ତେବେ ଏହିସବୁରୁ ୨୨ଟି ଅଭିଯୋଗକୁ ବୋର୍ଡ ଗୁରୁତ୍ୱର ସହ ନେଇଛନ୍ତି। ୨୨ ଜଣ ପରୀକ୍ଷାର୍ଥଙ୍କ ଉତ୍ତରଖାତାରେ ଆସ୍ୱାଭାବିକ ନମ୍ବର ରହିଥିଲା । ଅଭିଯୋଗ ପାଇବାରୁ ତିନିରୁ ଚାରି ଘଣ୍ଟା ମଧ୍ୟରେ ଏହାର ସମାଧାନ କରାଯାଇ ପରୀକ୍ଷାର୍ଥଙ୍କୁ ସଂଶୋଧିତ ମାର୍କ ଦିଆଯାଇଛି ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୨ ତାରିଖରୁ ପରୀକ୍ଷାର୍ଥୀ ମାନେ ନିଜର ଅଭିଯୋଗ ଅନ୍ ଲାଇନ୍ ଦାଖଲ କରିପାରିବେ।

Related story