Advertisment

ମାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ କରିବାକୁ ବୋର୍ଡର କଡ଼ା ଆଭିମୁଖ୍ୟ

କଟକ: ସୋମବାରଠାରୁ  ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା। ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଏଥର କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି। ପରୀକ୍ଷାର୍ଥୀମାନଙ୍କୁ ଯେଉଁମାନେ କପି ଯୋଗାଇବେ କିମ୍ୱା କପି କରିବାରେ ସହଯୋଗ କରିବେ ସେମାନଙ୍କ ବିରୋଧରେ ଆବଶ୍ୟକ ପଡ଼ିଲେ ଥାନାରେ ଏତଲା ଦିଆଯିବ। ଏହାଛଡ଼ା ପରୀକ୍ଷା କେନ୍ଦ୍ରର ୨୦୦ ମିଟର ପରିଧି ମଧ୍ୟରେ ବାହାର ବ୍ୟକ୍ତି ରହି ପାରିପାରିବେ ନାହିଁ ବୋଲି ନିୟମକୁ କଡ଼ାକଡ଼ି […]

ଅଦ୍ୟତନ ହୋଇଛି
ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ, କଡ଼ା ସୁରକ୍ଷା ମଧ୍ୟରେ ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର

matricexam

Advertisment

କଟକ: ସୋମବାରଠାରୁ  ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା। ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଏଥର କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି। ପରୀକ୍ଷାର୍ଥୀମାନଙ୍କୁ ଯେଉଁମାନେ କପି ଯୋଗାଇବେ କିମ୍ୱା କପି କରିବାରେ ସହଯୋଗ କରିବେ ସେମାନଙ୍କ ବିରୋଧରେ ଆବଶ୍ୟକ ପଡ଼ିଲେ ଥାନାରେ ଏତଲା ଦିଆଯିବ। ଏହାଛଡ଼ା ପରୀକ୍ଷା କେନ୍ଦ୍ରର ୨୦୦ ମିଟର ପରିଧି ମଧ୍ୟରେ ବାହାର ବ୍ୟକ୍ତି ରହି ପାରିପାରିବେ ନାହିଁ ବୋଲି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ମାଟ୍ରିକ୍ ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବ। ପରୀକ୍ଷା ସହିତ ସମ୍ପୃକ୍ତ ନ ଥିବା କୌଣସି ବ୍ୟକ୍ତି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେରୋଟ୍, ଡେପୁଟି ସୁପରିଟେଣ୍ଡେଣ୍ଟ୍, ଇନ୍‌ଭିଜିଲେଟର କିମ୍ୱା କୌଣସି କର୍ମଚାରୀ ଯଦି କପି କରିବାରେ ସହଯୋଗ କରୁଥିବେ ସେମାନଙ୍କ ବିରୋଧରେ ମଧ୍ୟ ଏତଲା ଦିଆଯିବ ବୋଲି ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ କହିଛନ୍ତି।

Advertisment

କପି ରୋକିବା ପାଇଁ ସ୍ୱାର୍ଡ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମାଜିଷ୍ଟ୍ରେଟ୍ କ୍ଷମତା ଥିବା ଜିଲ୍ଲା ପ୍ରଶାସନର ଅଧିକାରୀ ପରୀକ୍ଷା ପରିଚାଳନା ଉପରେ କଡ଼ା ନଜର ରଖିବା ସହ କେତେକ ପରୀକ୍ଷା କେନ୍ଦ୍ରରେ ଫୁଲ୍ ଟାଇମ୍ ଅବଜର୍ଭର ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ହାତରେ ଆଉ କମ୍ ସମୟ ଥିବାରୁ ଛାତ୍ରଛାତ୍ରୀମାନେ ସବୁ ବିଷୟକୁ ଶେଷଥର ପାଇ ରିଭିଜନ୍ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe