ମେ’ ତୃତୀୟ ସପ୍ତାହରେ ବାହାରିପାରେ ମାଟ୍ରିକ ରେଜଲ୍ଟ

ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ।

ପିଲାମାନେ ପରୀକ୍ଷା ଦେବା ପାଇଁ ସ୍କୁଲ ଯାଉଛନ୍ତି

  • Published: Sunday, 07 May 2023
  • , Updated: 07 May 2023, 05:09 PM IST

ମେ’ ତୃତୀୟ ସପ୍ତାହରେ ବାହାରିପାରେ ମାଟ୍ରିକ ରେଜଲ୍ଟ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏଥିସହ ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ବର୍ତ୍ତମାନ ସୁଦ୍ଧା ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ । ଖୁବ ଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ଚଳିତ ଶିକ୍ଷା ବର୍ଷ ରାଜ୍ୟରେ ୫ ଲକ୍ଷ ୩୨ହଜାର ୭୪୬ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା। ସମେଟିଭ୍ ଆସେସମେଂଟ-୨ ପରୀକ୍ଷାରେ ବିଭିନ୍ନ ବିଷୟରେ ୧୬୩୭୦ରୁ ୧୬୬୭୯ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଏହାର କାରଣ ଜଣାପଡ଼ି ନାହିଁ।

Related story