Advertisment

ଆଜି ବାହାରିବ ମ୍ୟାଟ୍ରିକ ରେଜଲ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଭିତରେ ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ ରେଜଲ୍ଟ। ଏଥିପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି। ଆଜି ଦିନ ୯ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଜଲ୍ଟ ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟାରୁ ପିଲାମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ବୋର୍ଡର ୨ଟି ୱେବସାଇଟ ଓ SMSରେ ମିଳିପାରିବ ରେଜଲ୍ଟ  । ୱେବସାଇଟ୍ଗୁଡ଼ିକ ହେଲା www. bseodisha.ac.in […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଆଜି ବାହାରିବ ମ୍ୟାଟ୍ରିକ ରେଜଲ୍ଟ

matric00

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଭିତରେ ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ ରେଜଲ୍ଟ। ଏଥିପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି। ଆଜି ଦିନ ୯ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଜଲ୍ଟ ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟାରୁ ପିଲାମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ ।

Advertisment

ବୋର୍ଡର ୨ଟି ୱେବସାଇଟ ଓ SMSରେ ମିଳିପାରିବ ରେଜଲ୍ଟ  । ୱେବସାଇଟ୍ଗୁଡ଼ିକ ହେଲା www. bseodisha.ac.in ଏବଂ www.bseodisha.nic.in। ସେହିପରି 5676750 ନମ୍ବରରେ ନାଁ ଓ ରୋଲ ନମ୍ବର ଲେଖି ପଠାଇଲେ SMSରେ ମଧ୍ୟ ରେଜଲ୍ଟ ମିଳିବ ।ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ୬୦ଟି କେନ୍ଦ୍ରରେ ମୂଲ୍ୟାଙ୍କନ ହୋଇଥିଲା।

ଗତ ଫେବୃଆରୀ ୧୯ରୁ ମାର୍ଚ୍ଚ ୨ତାରିଖ ଯାଏ ପରୀକ୍ଷା ହୋଇଥିଲା। ଏହାପରେ କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଏବଂ ବାତ୍ୟା ଅମ୍ଫାନ୍ ଯୋଗୁ ଖାତା ଦେଖାରେ ସମସ୍ୟା ଉପୁଜିଥିଲା। ଶେଷରେ ମେ’ ୨୬ରୁ ଆରମ୍ଭ ହୋଇଥିଲା ଖାତା ମୂଲ୍ୟାୟନ।

Advertisment
Matric Result