Advertisment

ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ, ୯୭.୮% ପାସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ। କରୋନା ଯୋଗୁ ଏଥର ମାଟ୍ରିକ୍ ପରୀକ୍ଷା ହୋଇପାରି ନଥିଲା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ ମୂଲ୍ୟାୟନ କରି ପ୍ରକାଶ କରାଯାଇଛି ଫଳ। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଏକ ରେକର୍ଡ। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) କାର୍ଯ୍ୟାଳୟରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଉପସ୍ଥିତିରେ ଅପରାହ୍ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିବା […]

author-image
Jitendra Garnayak
ଅଦ୍ୟତନ ହୋଇଛି
ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ, ୯୭.୮% ପାସ୍‌

Mass Education Minister

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ। କରୋନା ଯୋଗୁ ଏଥର ମାଟ୍ରିକ୍ ପରୀକ୍ଷା ହୋଇପାରି ନଥିଲା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ ମୂଲ୍ୟାୟନ କରି ପ୍ରକାଶ କରାଯାଇଛି ଫଳ। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଏକ ରେକର୍ଡ।

Advertisment

କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) କାର୍ଯ୍ୟାଳୟରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଉପସ୍ଥିତିରେ ଅପରାହ୍ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ସନ୍ଧ୍ୟା ୬ଟା ଠାରୁ  www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌ରେ ସେମାନଙ୍କ ମାର୍କ ଜାଣିପାରିବେ। ସେହିପରି  SMS ଜରିଆରେ ମଧ୍ୟ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିପାଇଁ ସେମାନଙ୍କୁ ମୋବାଇଲ୍‌ରେ OR01 ଲେଖି ସ୍ପେଶ୍ ଦେବା ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ SMS କରିବାକୁ ହେବ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ପାସ୍ କରିଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ  ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି।

Advertisment

୫, ୬୨, ୦୧୦ ଜଣ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨,୮୦,୩୫୨ ଜଣ ଛାତ୍ର ଥିବା ବେଳେ ୨,୮୧,୬୫୮ ଜଣ ଛାତ୍ରୀ ରହିଛନ୍ତି।

ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ A1 ଗ୍ରେଡ୍‌ ପାଇଥିବା ବେଳେ ୨୨, ୧୩୧ ଜଣ A2, ୫୨, ୧୯୯ ଜଣ B1 ଓ
୯୪, ୪୭୫ ଜଣ B2 ଗ୍ରେଡ୍‌ ପାଇଛନ୍ତି। ସେହିପରି ୧,୩୭,୦୧୪ ଜଣ ‘ସି’ ଗ୍ରେଡ୍‌ରେ ପାସ୍ କରିଥିବା ବେଳେ ୧,୫୧,୬୩୯ ଜଣ ‘ଡି’ ଗ୍ରେଡ୍‌ ଓ ୧,୦୧,୭୯୬ ଜଣ ‘ଇ’ ଗ୍ରେଡ୍ ପାଇଛନ୍ତି।

ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ୫୯୪୫ଟି ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ତେବେ ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ।

ଚଳିତ ବର୍ଷ ଏକ୍ସରେଗୁଲାରରେ ୫୩, ୨୭୯ ଜଣ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୭, ୦୬୦ ଜଣ ପାସ୍ କରିଛନ୍ତି। ଅର୍ଥାତ୍‌ ଚଳିତ ବର୍ଷ ଏକ୍ସରେଗୁଲାରରେ ପାସ୍ ହାର ୮୮.୩୦ ପ୍ରତିଶତ ରହିଛି।

ବୋର୍ଡ ସଭାପତି କହିଛନ୍ତି, ମାଟ୍ରିକ୍‌ ରେଜଲ୍ଟକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେଲେ ପରୀକ୍ଷା ଦେଇ ପାରିବେ।  ସ୍ଥିତି ସ୍ୱାଭାବିକ ହେଲେ ସେମାନେ ପରୀକ୍ଷା ଦେବେ। ଏଥିପାଇଁ  ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ। ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ।

Matric Result Odisha 10th Board Result 2021