Advertisment

ପରୀକ୍ଷା କେନ୍ଦ୍ରରୁ ବାହାରି ଡିଜେ ବଜାଇ ନାଚିଲେ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବଲମ ଫିତା ବଲମ ଫିତା….., ଦେ ଟିକେ ଦାରୁ ଦେ…., ମୁନି ବଦନାମ ହୁଇ…. ଏମତି କେତେକଣ ଗୀତରେ କମ୍ପିଲା ସ୍କୁଲ ଠାରୁ ଗାଁ ଭିତର। ପରୀକ୍ଷା କେନ୍ଦ୍ରରୁ ବାହାରି ଛାତ୍ରମାନେ ମତୁଆଲା ହୋଇ ଡିଜେର ତାଳେତାଳେ ନାଚିଲେ। ସ୍କୁଲ ଗେଟରୁ ବାହାରି ଏହି ଡିଜେ ନାଚର ଶୋଭାଯାତ୍ରା ପୂରା ଗାଁ ବୁଲିଥିଲା। ମାଟ୍ରିକ ପରୀକ୍ଷା ସରିବା ଖୁସିରେ ସ୍କୁଲ ଛାତ୍ରମାନଙ୍କ ଏଭଳି ଉଦଣ୍ଡ ନୃତ୍ୟ ଆଜି ସାଧାରଣରେ ଉଦବେଗର ବିଷୟ ହୋଇଛି। ଏହି […]

ଅଦ୍ୟତନ ହୋଇଛି
ପରୀକ୍ଷା କେନ୍ଦ୍ରରୁ ବାହାରି ଡିଜେ ବଜାଇ ନାଚିଲେ

school-student

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବଲମ ଫିତା ବଲମ ଫିତା....., ଦେ ଟିକେ ଦାରୁ ଦେ...., ମୁନି ବଦନାମ ହୁଇ.... ଏମତି କେତେକଣ ଗୀତରେ କମ୍ପିଲା ସ୍କୁଲ ଠାରୁ ଗାଁ ଭିତର। ପରୀକ୍ଷା କେନ୍ଦ୍ରରୁ ବାହାରି ଛାତ୍ରମାନେ ମତୁଆଲା ହୋଇ ଡିଜେର ତାଳେତାଳେ ନାଚିଲେ। ସ୍କୁଲ ଗେଟରୁ ବାହାରି ଏହି ଡିଜେ ନାଚର ଶୋଭାଯାତ୍ରା ପୂରା ଗାଁ ବୁଲିଥିଲା। ମାଟ୍ରିକ ପରୀକ୍ଷା ସରିବା ଖୁସିରେ ସ୍କୁଲ ଛାତ୍ରମାନଙ୍କ ଏଭଳି ଉଦଣ୍ଡ ନୃତ୍ୟ ଆଜି ସାଧାରଣରେ ଉଦବେଗର ବିଷୟ ହୋଇଛି। ଏହି ଭିଡ଼ିଓ ହେଉଛି ଗଞ୍ଜାମ ଦିଗପହଣ୍ଡି ବ୍ଲକ ବୋମକାଇ ଗ୍ରାମର। ଗ୍ରାମରେ ଥିବା ଶିବାନନ୍ଦ ହାଇସ୍କୁଲର ଛାତ୍ରମାନେ ଏଠାରେ ପରୀକ୍ଷା ଦେଇ ବାହାରିବା ପରେ ହିଁ ନାଚଗୀତରେ ମତୁଆଲ ହୋଇଥିଲେ।

Advertisment

ଯାହା କେବେ ଦିଖିବାକୁ ମିଳୁ ନ ଥିଲା ତାହା ଏବେ ଦେଖିବାକୁ ମିଳିଛି। ତେଣେ ଅନେକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ସିଧାସଳଖ ସମୁଦ୍ରରେ ପହଞ୍ଚି ବିପଦ ସଙ୍କୁଳ ସମୁଦ୍ର ସ୍ନାନର ମଜ୍ଜା ମଧ୍ୟ ଉଠାଇଛନ୍ତି। ଆଜି ଏହି ଭିଡ଼ିଓ ଭାଇରାଲ ହେବା ପରେ ଛାତ୍ରମାନଙ୍କ ଶିକ୍ଷା ଗ୍ରହଣ ତରିକା ଓ ତାଙ୍କ ଉଜ୍ୱଳ ଭବିଷ୍ୟ ଉପରେ ଅଲୋଚନା ଆରମ୍ଭ ହୋଇଛି। ସ୍କୁଲରେ ଶିକ୍ଷକମାନେ ତାଙ୍କୁ କିପରି ନୀତି ଶିକ୍ଷା ଦେଉଥିଲେ ତାହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଖବର ମୁତାବକ, ଆଜି ବୋମକାଇ ଗ୍ରାମ ଶିବାନନ୍ଦ ହାଇ ସ୍କୁଲ ନିକଟରେ ପୂର୍ବ ପ୍ରସ୍ତୁତି ମୁତାବକ ପରୀକ୍ଷା ସରିବା କ୍ଷଣି ସ୍କୁଲ ନିକଟରେ ଡିଜେ ପହଞ୍ଚି ଯାଇଥିଲା। ବାସ୍ ପରୀକ୍ଷା ହଲରୁ ବାହାରିବା ମାତ୍ରେ ଛାତ୍ରମାନେ ଆରମ୍ଭ କରିଦେଇଥିଲେ ଡ୍ୟାନ୍ସ। ପିଲା ମାନେ ଡ୍ୟାନ୍ସ ଆରମ୍ଭ କରିବା ଦେଖି ଲୋକେ ବି ଆଚମ୍ବିତ ହୋଇଯାଇଥିଲେ। ମୁଖ୍ୟ ରାସ୍ତାରେ ପିଲା ମାନେ ୟୁନିଫର୍ମ ବାହାର କରି ବଲମ ପିତା ଗୀତରେ ଧୂଳିଉଡା ଡ୍ୟାନ୍ସ କରିଥିଲେ। ତାମିଲ, ତେଲୁଗୁ ଏବଂ ଓଡ଼ିଆ, ସମ୍ବଲପୁରୀ, ହିନ୍ଦି ପ୍ରଭୃତି ନୂଆ ଓ ପୂରୁଣା ଗୋଟିଏ ପରେ ଗୋଟିଏ ଗୀତି ବାଜିଥିଲା। ଗୀତର ତାଳେତାଳେ ଅନେକ ଛାତ୍ର ନିଜ ସାଟ୍ ଫୋପାଡ଼ି ଏହାରି ଉପରେ ନାଚି ଥିଲେ। ଏହି ସାଟକୁ ମଧ୍ୟ ଆଉ ପରବର୍ତ୍ତି ସମୟରେ ଉଠାଇ ନ ଥିଲେ। ସ୍କୁଲ ପୋଷାକ ଉପରେ ନାଚି ଏହାର ଅପମାନ କରିବାକୁ ମଧ୍ୟ କେହି ପଛଘୁଞ୍ଚା ଦେଇ ନ ଥିଲେ। ଅନେକ ଲୋକ ମୋବାଇଲରେ ଏହାର ଭିଡ଼ିଓ କରିଥିଲେ। ଯାହା ତତକ୍ଷଣାତ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଛାତ୍ରମାନଙ୍କ ଏହି ଉଦଣ୍ଡ ନାଚ ଏବେ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛି। ରାସ୍ତାରେ ଯାଉଥିବା ଅନ୍ୟ କିଛି ଛାତ୍ର ବି ଏଥିରେ ସାମିଲ ହୋଇ ନାଚିବାକୁ ଲାଗିଥିବା ଦେଖିବାକୁ ମିଳିଛି।

Advertisment

ସେପଟେ ଆଜି ମାଟ୍ରିକ ପରୀକ୍ଷା ସାରି ବହୁ ସଂଖ୍ୟକ ଛାତ୍ର ଘରକୁ ନ ଯାଇ ସିଧାସଳଖ ଗୋପାଳପୁର ସମୁଦ୍ରରେ ପହଞ୍ଚି ବିପଦସଙ୍କୁଳ ସ୍ନାନ କରୁଥିବା ନଜର ଆସିଥିଲା। ସମୁଦ୍ରର ବିଶାଳ ଢେଉ ଭିତରେ ସାଙ୍ଗସାଥୀ ହୋଇ ପଶିଥିବା ଛାତ୍ରଛାତ୍ରୀ ପରୀକ୍ଷା ସରିବାର ଖୁସିରେ ନାଚିନାଚି ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ବୁଦ୍ଧିଜୀବୀମାନ ତାଜୁବ ହୋଇଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରମୁଖ ହୋଇଥିବା ବେଳେ ଉଭୟ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ଏହାକୁ ଦୃଷ୍ଟି ନ ଦେବା ସାଧାରଣରେ ଉଦବେଗର ବିଷୟ ହୋଇଛି।

ସୂଚନାଯୋଗ୍ୟ, ସ୍କୁଲରେ ଛାତ୍ରଙ୍କ ଉଦଣ୍ଡ ପୁଷ୍ପା ଡ୍ୟାନ୍ସକୁ ନେଇ ନିକଟରେ ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଲାଗିଥିଲା। ଏହି ଘଟଣାରେ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ନିଲମ୍ବିତ ମଧ୍ୟ ହୋଇଥିଲେ। ହେଲେ ଏହାର କିଛିଦିନ ନ ଯାଉଣୁ ମାଟ୍ରିକ ପରୀକ୍ଷା ସରିବା ଖୁସିରେ ଛାତ୍ରଙ୍କ ଉଦଣ୍ଡ ନୃତ୍ୟ ପୁଣି ଚର୍ଚ୍ଚାର ବିଷୟ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe