Advertisment

୨୩ରୁ ମାଟ୍ରିକ ସମ୍ମେଟିଭ୍‌ ପରୀକ୍ଷା, ଆଜିଠାରୁ ମିଳିବ ଆଡ୍‌ମିଟ୍‌ କାର୍ଡ

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ ତାରିଖରୁ ମାଟ୍ରିକ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ୩୦ ତାରିଖ ଯାଏଁ ଚାଲିବ।  ଚଳିତବର୍ଷ ମୋଟ୍‌ ୫ ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିପାଇଁ ୩୦୨୯ଟି ସେଣ୍ଟର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ଅଫ୍‌ ସେକେଣ୍ଡେରୀ ଏଜୁକେସନ୍‌ ଅଫ୍‌ ଓଡ଼ିଶା(ବୋର୍ଡ)। ପ୍ରଶ୍ନପତ୍ର ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ଯେଉଁଠାରୁ ପ୍ରତି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ। ବୋର୍ଡ ସଭାପତିଙ୍କ କହିବା ଅନୁସାରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
୨୩ରୁ ମାଟ୍ରିକ ସମ୍ମେଟିଭ୍‌ ପରୀକ୍ଷା, ଆଜିଠାରୁ ମିଳିବ ଆଡ୍‌ମିଟ୍‌ କାର୍ଡ

Board

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ ତାରିଖରୁ ମାଟ୍ରିକ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ୩୦ ତାରିଖ ଯାଏଁ ଚାଲିବ।  ଚଳିତବର୍ଷ ମୋଟ୍‌ ୫ ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିପାଇଁ ୩୦୨୯ଟି ସେଣ୍ଟର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ଅଫ୍‌ ସେକେଣ୍ଡେରୀ ଏଜୁକେସନ୍‌ ଅଫ୍‌ ଓଡ଼ିଶା(ବୋର୍ଡ)। ପ୍ରଶ୍ନପତ୍ର ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ଯେଉଁଠାରୁ ପ୍ରତି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ।

Advertisment

ବୋର୍ଡ ସଭାପତିଙ୍କ କହିବା ଅନୁସାରେ ଆଜିଠାରୁ ଆଡ୍‌ମିଟ୍‌ କାର୍ଡ ବୋର୍ଡ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଥିଲା। ପିଲାମାନେ ଚାହିଁଲେ, ସେଠାରୁ ନିଜର ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ନହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରି ନେଇପାରିବେ।

ନଭେମ୍ୱର ୧୧ ତାରିଖରୁ ଆରମ୍ଭ ହେବ ଭୋକେସନାଲ୍‌ ପ୍ରାକ୍ଟିକାଲ ପରୀକ୍ଷା। ଏହି ପରୀକ୍ଷା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୦୧୨ଟି ସ୍କୁଲରେ ହେବ ପରୀକ୍ଷା। ସେଥିପାଇଁ ପିଲାମାନଙ୍କୁ ରୋଲ୍‌ ନମ୍ୱର ଦରକାର। ତେଣୁ ପରୀକ୍ଷାର ବହୁ ପୂର୍ବରୁ ଚଳିତବର୍ଷ ଆଡ୍‌ମିଟ୍‌ କାର୍ଡ ବୋର୍ଡ ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ପିଲାମାନେ ସେହି ଆଡ୍‌ମିଟ୍‌ କାର୍ଡକୁ ଡାଉନ୍‌ଲୋଡ୍‌ କରିବେ।

Advertisment

କପି ରୋକିବା ପାଇଁ ୩୬ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ତିଆରି କରାଯିବ। ଏହାଛଡ଼ା ଆଉ ୭୫ଟି ସ୍କ୍ୱାର୍ଡ କରିବା ପାଇଁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ନୋଡାଲ୍‌ ସ୍କୁଲ ଗୁଡ଼ିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ନକ୍ସଲ ପ୍ରବଣ ଅଞ୍ଚଳରେ ପରୀକ୍ଷା ପରିଚାଳନା ପାଇଁ ୨୨ଟି ନୋଡାଲ୍‌ ସେଣ୍ଟର ଥାନାରେ କରାଯାଇଛି। କନ୍ଧମାଳରେ ୭, କୋରାପୁଟ୍‌ରେ ୫ ଓ ମାଲକାନଗିରି ଜିଲ୍ଲାରେ ୧୦ଟି ସେଣ୍ଟର ହୋଇଛି ବୋଲି ବୋର୍ଡ ଉପ ସଭାପତି କହିଛନ୍ତି।

ସେହିପରି ଚଳିତବର୍ଷ ମାଧ୍ୟମା ପରୀକ୍ଷା ୨୯୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ୧୦୮ଟି ସେଣ୍ଟର କରାଯାଇଛି। ଓପ୍‌ନ ସ୍କୁଲ ପାଇଁ ୭୧୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ୧୪୬ଟି ସେଣ୍ଟର କରାଯାଇଛି। ମଧ୍ୟମା ଓ ଓପନ ପରୀକ୍ଷାର୍ଥୀଙ୍କ ପାଇଁ ୧୭ ତାରିଖରୁ ୱେବ୍‌ସାଇଟ୍‌ରୁ ଆଡ୍‌ମିଡ୍‌ କାର୍ଡ ଉପଲବ୍ଧ ହେବ।