Advertisment

ମାଟ୍ରିକ ପରୀକ୍ଷା ପରିଚାଳନା ନେଇ ସମୀକ୍ଷା କଲେ ଗଣଶିକ୍ଷାମନ୍ତ୍ରୀ

କଟକ: ମାଟ୍ରିକ୍ ପରୀକ୍ଷା ପରିଚାଳନା ନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ସଚିବାଳୟରେ ବସିଥିବା ବୈଠକର ସମୀକ୍ଷା କରିଛନ୍ତି। ପରୀକ୍ଷାକୁ ଆଉ ମାତ୍ର ୧୦ ଦିନ ଥିବା ବେଳେ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଫେବୃଆରୀ ୨୨ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହେବ। ମାର୍ଚ୍ଚ ୧୧ରେ ଖାତା ଦେଖା ଆରମ୍ଭ ହେବ। ଚଳିତବର୍ଷ ୬ ଲକ୍ଷ ୧ ହଜାର ୩୪୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ […]

ଅଦ୍ୟତନ ହୋଇଛି
ମାଟ୍ରିକ ପରୀକ୍ଷା ପରିଚାଳନା ନେଇ ସମୀକ୍ଷା କଲେ ଗଣଶିକ୍ଷାମନ୍ତ୍ରୀ

Debi

Advertisment

କଟକ: ମାଟ୍ରିକ୍ ପରୀକ୍ଷା ପରିଚାଳନା ନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ସଚିବାଳୟରେ ବସିଥିବା ବୈଠକର ସମୀକ୍ଷା କରିଛନ୍ତି। ପରୀକ୍ଷାକୁ ଆଉ ମାତ୍ର ୧୦ ଦିନ ଥିବା ବେଳେ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଫେବୃଆରୀ ୨୨ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହେବ। ମାର୍ଚ୍ଚ ୧୧ରେ ଖାତା ଦେଖା ଆରମ୍ଭ ହେବ।

Advertisment

ଚଳିତବର୍ଷ ୬ ଲକ୍ଷ ୧ ହଜାର ୩୪୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ୨ ହଜାର ୮୮୨ ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତବର୍ଷ  ୨୦୫ଟି ନୂଆ ପରୀକ୍ଷା କେନ୍ଦ୍ର ଖୋଲା ଯାଇଛି।

ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି, ଚଳିତବର୍ଷ ୫ଲକ୍ଷ ୯୭ହଜାର ୧୯୪ଜଣ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେବେ । ଏହାସହ ସଂସ୍କୃତ ମଧ୍ୟମାରେ ୪ହଜାର ୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୩୦୫ଟି ନୋଡାଲ ସେଣ୍ଟର କରାଯାଇଥିବା ବେଳେ ଖାତା ଦେଖା ପାଇଁ ୬୭ଟି ସେଣ୍ଟର କରାଯାଇଛି। ନୋଡାଲ ସେଣ୍ଟରଗୁଡିକୁ ଗତକାଲିଠାରୁ ପ୍ରଶ୍ନପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେଉଛି। ୧୫ ତାରିଖ ସୁଦ୍ଧା ସବୁ ସ୍କୁଲରେ ଆଡମିଟ କାର୍ଡର  ହାଡକପି ପହଞ୍ଚି ଯିବ ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe