Advertisment

ରାଜଧାନୀରେ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ମହିଳାଙ୍କୁ କରୁଥିଲେ ଟାର୍ଗେଟ୍‌, ଧରାପଡ଼ିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ୍। ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୪ ଡକାୟତଙ୍କୁ ଗିରଫ କରାଯାଇଛି। ସ୍ପେଶାଲ୍ ସ୍କ୍ୱାଡ୍ ଓ ଚନ୍ଦ୍ରଶେଖରପୁର ପୁଲିସ୍ ମିଳିତ ଭାବେ ଚଢ଼ାଉ କରି ଏହି ଡକାୟତମାନଙ୍କୁ ଗିରଫ କରିଛି। ଗିରଫ ଡକାୟତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରାଯାଇଛି। ତା’ସହିତ ସ୍ପୀଡ୍ ବାଇକ୍, ଏୟାର ପିସ୍ତଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଡକାୟତମାନେ ସାଧାରଣତଃ ରାଜଧାନୀରେ ମର୍ଣ୍ଣିଂୱାକ୍ କରୁଥିବା ମହିଳାମାନଙ୍କୁ ଟାର୍ଗେଟ୍ କରୁଥିଲେ […]

ରାଜଧାନୀରେ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ମହିଳାଙ୍କୁ କରୁଥିଲେ ଟାର୍ଗେଟ୍‌, ଧରାପଡ଼ିଲେ

police45

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ୍। ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୪ ଡକାୟତଙ୍କୁ ଗିରଫ କରାଯାଇଛି। ସ୍ପେଶାଲ୍ ସ୍କ୍ୱାଡ୍ ଓ ଚନ୍ଦ୍ରଶେଖରପୁର ପୁଲିସ୍ ମିଳିତ ଭାବେ ଚଢ଼ାଉ କରି ଏହି ଡକାୟତମାନଙ୍କୁ ଗିରଫ କରିଛି।

Advertisment

ଗିରଫ ଡକାୟତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରାଯାଇଛି। ତା’ସହିତ ସ୍ପୀଡ୍ ବାଇକ୍, ଏୟାର ପିସ୍ତଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଏହି ଡକାୟତମାନେ ସାଧାରଣତଃ ରାଜଧାନୀରେ ମର୍ଣ୍ଣିଂୱାକ୍ କରୁଥିବା ମହିଳାମାନଙ୍କୁ ଟାର୍ଗେଟ୍ କରୁଥିଲେ ବୋଲି ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ ଆଜି ରାଜଧାନୀ ଭୁବନେଶ୍ୱରରୁ ଜଣେ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହକୁ ଜବତ କରିଛି ପୁଲିସ୍। ଘାଟିକିଆ ସ୍ଥିତ ଏକ ସରକାରୀ ଇଞ୍ଜିନିୟରିଂ କଲେଜ ପଛରେ ଥିବା ଜଙ୍ଗଲରୁ ଏହି ଝୁଲନ୍ତା ମୃତଦେହକୁ ଠାବ କରାଯାଇଛି। ମୃତଦେହଟି ୧୫ ରୁ ୨୦ ଦିନର ହେବ ବୋଲି କୁହାଯାଉଛି। ଆଣ୍ଠୁ ତଳକୁ କୁକୁର ଖାଇ ଦେଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳିନି। ତେବେ ସେ ସ୍ଥାନୀୟ ଅଞ୍ଚଳର ହୋଇଥିବେ ବୋଲି ସନ୍ଦେହ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe