Advertisment

ରାଜଧାନୀରୁ ମୁଣ୍ଡ ବିହୀନ ଶବ ପରେ ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଦିନ ତଳେ ରାଜଧାନୀ ଭୁବନେଶ୍ୱରରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ଶବ ମିଳିଥିବା ବେଳେ ଆଜି ଜଣେ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହକୁ ଜବତ କରିଛି ପୁଲିସ୍। ଘାଟିକିଆ ସ୍ଥିତ ଏକ ସରକାରୀ ଇଞ୍ଜିନିୟରିଂ କଲେଜ ପଛରେ ଥିବା ଜଙ୍ଗଲରୁ ଏହି ଝୁଲନ୍ତା ମୃତଦେହକୁ ଠାବ କରାଯାଇଛି। ମୃତଦେହଟି ୧୫ ରୁ ୨୦ ଦିନର ହେବ ବୋଲି କୁହାଯାଉଛି। ଆଣ୍ଠୁ ତଳକୁ କୁକୁର ଖାଇ ଦେଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଚାଲିଗଲା ୩ ଜୀବନ, ୨ ଆହତ

deadbody

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଦିନ ତଳେ ରାଜଧାନୀ ଭୁବନେଶ୍ୱରରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ଶବ ମିଳିଥିବା ବେଳେ ଆଜି ଜଣେ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହକୁ ଜବତ କରିଛି ପୁଲିସ୍।

Advertisment

ଘାଟିକିଆ ସ୍ଥିତ ଏକ ସରକାରୀ ଇଞ୍ଜିନିୟରିଂ କଲେଜ ପଛରେ ଥିବା ଜଙ୍ଗଲରୁ ଏହି ଝୁଲନ୍ତା ମୃତଦେହକୁ ଠାବ କରାଯାଇଛି। ମୃତଦେହଟି ୧୫ ରୁ ୨୦ ଦିନର ହେବ ବୋଲି କୁହାଯାଉଛି। ଆଣ୍ଠୁ ତଳକୁ କୁକୁର ଖାଇ ଦେଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳିନି। ତେବେ ସେ ସ୍ଥାନୀୟ ଅଞ୍ଚଳର ହୋଇଥିବେ ବୋଲି ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ଗତ ଗୁରୁବାର ଭୁବନେଶ୍ୱର ଉପକଣ୍ଠ ଭରତପୁର-ଚନ୍ଦକା ରାସ୍ତାର ଦାସପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରିଛି। ଏପରିକି ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରକୁ ସୂଚନା ଦେଇଛି କମିଶନରେଟ ପୁଲିସ। ହେଲେ ଏ ପର୍ଯ୍ୟନ୍ତ ଉକ୍ତ ମହିଳାଙ୍କ ସଂପର୍କରେ କୌଣସି ତଥ୍ୟ ପୁଲିସକୁ ମିଳିନି। ତାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଛି। ତା’ସହିତ ୨ଟି ଫୋନ୍ ନମ୍ବର ଜାରି କରିଛି।

Advertisment

ଉକ୍ତ ମହିଳାଙ୍କୁ ତଣ୍ଟି ଚିପି ମାରିବା ପରେ ଶରୀରରୁ ମୁଣ୍ଡକୁ ଅଲଗା କରି ଦିଆଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିବା ସୂଚନା ମିଳିଛି। ତେବେ ପୁଲିସ୍ ପକ୍ଷରୁ ଏନେଇ କିଛି କୁହାଯାଇନାହିଁ।