Advertisment

ଆଜି ରାତିରୁ ୩୦ ଯାଏ ବର୍ଷିବ, ୭ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ୩ ଦିନ ଯାଏ ବର୍ଷା ଲାଗି ରହିବ। ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାତିଠୁ ୩୦ ତାରିଖ ଯାଏ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଲଘୁଚାପ ବର୍ଷା ନେଇ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି ରରାଯାଇଛି। ସମ୍ଭାବ୍ୟ ବର୍ଷାକୁ ନଜରରେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଘଡଘଡ଼ି ସହ ପ୍ରବଳ ବର୍ଷିବ: ସତର୍କ କଲା ପାଣିପାଗ କେନ୍ଦ୍ର

Lucknow_UP_weather_floods_in_up_Heavy_rain_in_up_Heat_and_hot_winds_Mansoon_Rain_and_heat_Utt_1532939462

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ୩ ଦିନ ଯାଏ ବର୍ଷା ଲାଗି ରହିବ। ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାତିଠୁ ୩୦ ତାରିଖ ଯାଏ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ଲଘୁଚାପ ବର୍ଷା ନେଇ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି ରରାଯାଇଛି। ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବର୍ଷା ହେବାକୁ ଥିବା ସବୁ ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ବିଶେଷ କରି ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଆଲର୍ଟ ରହିବାକୁ ଯୁଗ୍ମ ରିଲିଫ୍ କମିଶନର୍ କହିଛନ୍ତି। ଏହାଛଡ଼ା ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, କଟକ ଓ ଯାଜପୁର ଜିଲ୍ଲପାଳଙ୍କୁ ମଧ୍ୟ ସତର୍କ କରାଯାଇଛି।

ସେପଟେ ସମ୍ଭାବ୍ୟ ବର୍ଷାକୁ ନେଇ ଧାନ ଚାଷ କ୍ଷତି ଘଟିବା ଆଶଙ୍କା ପ୍ରକାଶ ପାଇଛି। ଏନେଇ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ-OUAT ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ବର୍ଷା ଛାଡ଼ିବା ପରେ ପୋକ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି। ତେଣୁ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Advertisment