Advertisment

ବସ୍ ଟର୍ମିନାଲ ବିବାଦ: ମନ୍ଦିର ଜମିକୁ ବାଦ୍ ଦେଇ ଆରମ୍ଭ ହେବ କାମ!

କଟକ(ଓଡ଼ିଶା ରିପୋର୍ଟର): କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲକୁ ନେଇ ବଢ଼ୁଛି ବିବାଦ। ଖାନନଗର ଶ୍ମଶାନ କାଳୀ ମନ୍ଦିର ଜମି ଉପରେ ହାଇକୋର୍ଟ ସ୍ଥିତାବସ୍ଥା ଜରି କରିଛନ୍ତି। ଏହାରି ଭିତରେ କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳ ଓ ସିଏମସି କମିଶନର ବସ ଟର୍ମିନାଲ ଅଞ୍ଚଳ ପରିଦର୍ଶନ କରିଛନ୍ତି। ୧୨ ଏକର ଜମିରେ କେମିତି କାମ ଚାଲିବ ସେ ନେଇ ଅନୁଧ୍ୟାନ କରିଛନ୍ତି। କେତେ ଜମି ଉପରେ ମନ୍ଦିର ଓ ଅନ୍ୟାନ୍ୟ ନିର୍ମାଣ କାମ ରହିଛି ତା’ର ତଦାରଖ […]

ବସ୍ ଟର୍ମିନାଲ ବିବାଦ: ମନ୍ଦିର ଜମିକୁ ବାଦ୍ ଦେଇ ଆରମ୍ଭ ହେବ କାମ!

Bus-terminal-1

Advertisment

କଟକ(ଓଡ଼ିଶା ରିପୋର୍ଟର): କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲକୁ ନେଇ ବଢ଼ୁଛି ବିବାଦ। ଖାନନଗର ଶ୍ମଶାନ କାଳୀ ମନ୍ଦିର ଜମି ଉପରେ ହାଇକୋର୍ଟ ସ୍ଥିତାବସ୍ଥା ଜରି କରିଛନ୍ତି। ଏହାରି ଭିତରେ କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳ ଓ ସିଏମସି କମିଶନର ବସ ଟର୍ମିନାଲ ଅଞ୍ଚଳ ପରିଦର୍ଶନ କରିଛନ୍ତି। ୧୨ ଏକର ଜମିରେ କେମିତି କାମ ଚାଲିବ ସେ ନେଇ ଅନୁଧ୍ୟାନ କରିଛନ୍ତି। କେତେ ଜମି ଉପରେ ମନ୍ଦିର ଓ ଅନ୍ୟାନ୍ୟ ନିର୍ମାଣ କାମ ରହିଛି ତା’ର ତଦାରଖ କରିଛନ୍ତି ପ୍ରଶାସନ ଅଧିକାରୀ। ଖାନନଗର ଶ୍ମଶାନ କାଳୀ ମନ୍ଦିର ଜମି ଉପରେ ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଥିବାରୁ ତାହାକୁ ବାଦ ଦେଇ କିପରି କାମ ଆରମ୍ଭ ହେବ ସେ ନେଇ ଅନୁଧ୍ୟାନ କରାଯାଇଥିଲା।

Advertisment

ପ୍ରସ୍ତାବିତ ବସ ଟିର୍ମିନାଲ ତିଆରି ହେଲେ କେଉଁ ବାଟ ଦେଇ ରାସ୍ତା ଯିବ କେଉଁ ବାଟ ଦେଇ ଅନ୍ୟ ସୁବିଧା ସବୁ ଲୋକଙ୍କୁ ମିଳିବ ଏବଂ ଏହା ତିଆରି ହେଲେ କେଉଁମାନେ ପ୍ରଭାବିତ ହେବ ସେ ନେଇ ଅନୁଧ୍ୟାନ କରାଯାଇଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ଏଥିସହ ଶ୍ମଶାନରେ ଥିବା କାଳି ମନ୍ଦିରକୁ ମଧ୍ୟ ଅନ୍ୟ ସ୍ଥାନକୁ ନେଇ କିଭଳି ପ୍ରତିଷ୍ଠା କରାଯିବ ସେ ନେଇଁ ମଧ୍ୟ ଅନୁଧ୍ୟାନ କରାଯାଇଥିବା ସେ କହିଛନ୍ତି। ମନ୍ଦିର ବିଷୟରେ କ’ଣ ନିଷ୍ପତ୍ତି ନିଆଯିବ ତାହା ହାଇକୋର୍ଟଙ୍କ ଆଦେଶ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।

ସେପଟେ କାଳିମନ୍ଦିର ପ୍ରତିଷ୍ଠାତାଙ୍କ ପରିବାର ଲୋକେ କହିଛନ୍ତି, ବସ୍ ଟର୍ମିନାଲ ତିଆରି ହେଉ, ସେଥିରେ ଆମେ ଖୁସି ଅଛୁ। କିନ୍ତୁ୧୫୧୩ରୁ ତିଆରି ହୋଇଥିବା କାଳି ମନ୍ଦିରକୁ ଏଠାରୁ ଉଠାଇ ନେଇ ଅନ୍ୟ ଜାଗାରେ ସ୍ଥାନିତ କରାଯିବାକୁ ନେଇ ସେ ସମର୍ଥନ କରୁନଥିବା କହିଛନ୍ତି। ମନ୍ଦିରର ୩ ଏକର ଜାଗା ରହିଛି। ମୂର୍ତ୍ତିକୁ ଶ୍ମଶାନରୁ ଉଠାଇ ପାର୍କ ଭିତରେ ଜାଗା ଦିଆଯିବ, ସେଠାରେ ମନ୍ଦିର ଗଢ଼ିବାକୁ ଜିଲ୍ଲାପାଳ କହୁଛନ୍ତି, କିନ୍ତୁ ଏହା ଅସମ୍ଭବ କଥା ବୋଲି ସେ କହିଛନ୍ତି।

Advertisment

ସେପଟେ ୧୨ ଏକର ଜମି ଉପରେ ଏହି ବସ୍ ଟର୍ମିନାଲ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ପ୍ରାୟ ୨ ଏକର ୧୮ ଗୁଣ୍ଠ ଜମି ଉପରେ ମଙ୍ଗଳବାର ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। ଖାନନଗର ଶ୍ମଶାନ କାଳୀ ଠାକୁରାଣୀଙ୍କ ଏହି ଜମିକୁ ସରକାର ବେଆଇନ ଭାବେ ଦଖଲକୁ ନେବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସଚିବ, ଆଇନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ, ଦେବୋତ୍ତର କମିସନର, ସିଏମ୍‌ସି, ପୁଲିସ କମିସନର, କଟକ ଡିସିପି, କଟକ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆର୍‌ଡିସି, କଟକ ସଦର ତହସିଲଦାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୩କୁ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନରେ ଉଲ୍ଲେଖ କରାଯାଇଥିବା ଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe