Advertisment

କରୋନା ଆକ୍ରାନ୍ତ ଆରୋଗ୍ୟ ହେବାରେ ଆଜି ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ସର୍ବକାଳୀନ ସର୍ବାଧିକ ୪୦୫୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଆଜି ସୁଦ୍ଧା ୭୭୮୬ ଜଣ ସୁସ୍ଥ ହେଲେଣି। ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଆଜି ରାୟଗଡ଼ାରୁ ସର୍ବାଧିକ ୬୦୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ- ୪୬୮, ଖୋର୍ଦ୍ଧା- ୩୭୦, ଯାଜପୁରରୁ ୩୩୯ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଗଞ୍ଜାମରୁ […]

ଅଦ୍ୟତନ ହୋଇଛି
କରୋନା ଆକ୍ରାନ୍ତ ଆରୋଗ୍ୟ ହେବାରେ ଆଜି ସର୍ବକାଳୀନ ରେକର୍ଡ

cvd-19

Advertisment

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ସର୍ବକାଳୀନ ସର୍ବାଧିକ ୪୦୫୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଆଜି ସୁଦ୍ଧା ୭୭୮୬ ଜଣ ସୁସ୍ଥ ହେଲେଣି। ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଆଜି ରାୟଗଡ଼ାରୁ ସର୍ବାଧିକ ୬୦୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ- ୪୬୮, ଖୋର୍ଦ୍ଧା- ୩୭୦, ଯାଜପୁରରୁ ୩୩୯ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ଗଞ୍ଜାମରୁ ୨୩୩, ସୁନ୍ଦରଗଡ଼- ୨୧୭, କୋରାପୁଟରୁ ୧୭୫, ଭଦ୍ରକ- ୧୭୨, କଳାହାଣ୍ଡି- ୧୬୫, ପୁରୀ- ୧୪୪, ନୟାଗଡ଼ରୁ ୧୪୧, ମୟୂରଭଞ୍ଜ- ୧୨୮, ମାଲକାନଗିରି- ୧୨୦, ବରଗଡ଼ରୁ ୧୦୦ ସୁସ୍ଥ ହୋଇଛନ୍ତି।
https://twitter.com/HFWOdisha/status/1300426332149407744?s=20
ସମ୍ବଲପୁରରୁ ମଧ୍ୟ ୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର- ୮୩, କନ୍ଧମାଳରୁ ୭୯ , ଢେଙ୍କାନାଳ- ୬୬, ବଲାଙ୍ଗିର- ୬୨, ନବରଙ୍ଗପୁରରୁ ୫୨ଜଣ ସୁସ୍ଥ ହୋଇଛନ୍ତି। ପୁଣି କେନ୍ଦ୍ରାପଡ଼ାରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଜପତି- ୪୮, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୩୫ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ କହିଛି। କେନ୍ଦୁଝରରୁ ମଧ୍ୟ ୨୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଓ ସୁବର୍ଣ୍ଣପୁରରୁ ୧୩ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝର- ୨୯, ଦେବଗଡ଼ ଓ ସୁବର୍ଣ୍ଣପୁରରୁ ୧୩ ଲେଖାଏଁ ସୁସ୍ଥ ହୋଇଛନ୍ତି।

Corona Cases In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe