/odisha-reporter/media/post_attachments/uploads/2020/09/sauce-3.jpg)
sauce-3
କଟକ (ଓଡିଶା ରିପୋର୍ଟର): କଟକ ଜଗତପୁର ଆଇବି ରୋଡରେ ଏକ ନକଲିି ସସ୍ ଫ୍ୟାକ୍ଟ୍ରିରେ ଚଢଉ କରି ବିପୁଳ ପରିମାଣର ନକଲି ସସ୍ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୁଲିସ୍ । ଏହି ଘଟଣାରେ କଂପାନିର ମାଲିକ ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୁଲିସ୍ । ଏନେଇ ସିଏମ୍ସିର ସ୍ୱାସ୍ଥ୍ୟ ବିଭାଗକୁ ପୁଲିସ୍ ଖବର ଦେଇଛି। ବିନା ଟ୍ରେଡ୍ ଲାଇସେନ୍ସରେ ଏହି ଫ୍ୟାକ୍ଟ୍ରି ଚାଲୁଥିବା ଚଢଉ ବେଳେ ପୁଲିସ୍ ଜାଣିବାକୁ ପାଇଛି ।
Advertisment
/odisha-reporter/media/post_attachments/wp-content/uploads/2020/09/sauce-2.jpg)
ଏହି ଚଢଉ ବେଳେ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ମାନୁଫ୍ୟାକ୍ଚରିଂ କଂପାନିର ଷ୍ଟିକର ଜବତ ହୋଇଛି । ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫ୍ୟାକ୍ଟ୍ରି ମାଲିକ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
