ନକଲିି ସସ୍ ଫ୍ୟାକ୍ଟ୍ରିରେ ଚଢଉ, ୨ ଅଟକ

କଟକ (ଓଡିଶା ରିପୋର୍ଟର):  କଟକ ଜଗତପୁର ଆଇବି ରୋଡରେ ଏକ ନକଲିି ସସ୍ ଫ୍ୟାକ୍ଟ୍ରିରେ ଚଢଉ କରି ବିପୁଳ ପରିମାଣର ନକଲି ସସ୍ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୁଲିସ୍‌  । ଏହି ଘଟଣାରେ କଂପାନିର ମାଲିକ ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୁଲିସ୍‌ । ଏନେଇ ସିଏମ୍‌ସିର ସ୍ୱାସ୍ଥ୍ୟ ବିଭାଗକୁ ପୁଲିସ୍‌ ଖବର ଦେଇଛି। ବିନା ଟ୍ରେଡ୍‌ ଲାଇସେନ୍ସରେ ଏହି ଫ୍ୟାକ୍ଟ୍ରି ଚାଲୁଥିବା ଚଢଉ ବେଳେ ପୁଲିସ୍‌ ଜାଣିବାକୁ ପାଇଛି । ଏହି […]

sauce-3

Tapaswini Nayak
  • Published: Saturday, 26 September 2020
  • , Updated: 26 September 2020, 02:22 PM IST

କଟକ (ଓଡିଶା ରିପୋର୍ଟର):  କଟକ ଜଗତପୁର ଆଇବି ରୋଡରେ ଏକ ନକଲିି ସସ୍ ଫ୍ୟାକ୍ଟ୍ରିରେ ଚଢଉ କରି ବିପୁଳ ପରିମାଣର ନକଲି ସସ୍ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୁଲିସ୍‌  । ଏହି ଘଟଣାରେ କଂପାନିର ମାଲିକ ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୁଲିସ୍‌ । ଏନେଇ ସିଏମ୍‌ସିର ସ୍ୱାସ୍ଥ୍ୟ ବିଭାଗକୁ ପୁଲିସ୍‌ ଖବର ଦେଇଛି। ବିନା ଟ୍ରେଡ୍‌ ଲାଇସେନ୍ସରେ ଏହି ଫ୍ୟାକ୍ଟ୍ରି ଚାଲୁଥିବା ଚଢଉ ବେଳେ ପୁଲିସ୍‌ ଜାଣିବାକୁ ପାଇଛି ।

ଏହି ଚଢଉ ବେଳେ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ମାନୁଫ୍ୟାକ୍ଚରିଂ କଂପାନିର ଷ୍ଟିକର ଜବତ ହୋଇଛି । ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫ୍ୟାକ୍ଟ୍ରି ମାଲିକ ।

Related story