Advertisment

ମିଳିଲା ସ୍କୁଟର; ଏଥିରେ ଝରାଫୁଲ ବୁଲିଥିଲେ, ତାଙ୍କ ଶବ ବି ବୁହା ହୋଇଥିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌କୁ ଆଉ ଏକ ସଫଳତା ମିଳିଛି। ଝରାଫୁଲଙ୍କ ମୃତଦେହକୁ ଯେଉଁ ସ୍କୁଟରରେ ବୋହି ଅଭିଯୁକ୍ତମାନେ ନେଇଥିଲେ, ତାକୁ ଜବତ କରିଛି ଯାଜପୁର ପୁଲିସ୍। ଏହି ସ୍କୁଟରଟି ରାକେଶ ସ୍ୱାଇଁଙ୍କର। ଏଥିରେ ମଧ୍ୟ ଝରାଫୁଲ ତାଙ୍କ ସହିତ ବୁଲାବୁଲି କରିଥିଲେ। ଗତକାଲି ଭୁବନେଶ୍ୱରରେ ସିନ୍ ରିକ୍ରିଏସନ୍ ବେଳେ ରାକେଶ ସ୍ୱାଇଁ ଏହି ସ୍କୁଟର ସଂପର୍କରେ ସୂଚନା ଦେଇଥିଲେ। ତା’ପରେ ପୁଲିସ୍ ଏହାକୁ ଜବତ କରିଛି। ଭୁବନେଶ୍ୱର ପାଖ […]

ଅଦ୍ୟତନ ହୋଇଛି
ମିଳିଲା ସ୍କୁଟର; ଏଥିରେ ଝରାଫୁଲ ବୁଲିଥିଲେ, ତାଙ୍କ ଶବ ବି ବୁହା ହୋଇଥିଲା

jharafula

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌କୁ ଆଉ ଏକ ସଫଳତା ମିଳିଛି। ଝରାଫୁଲଙ୍କ ମୃତଦେହକୁ ଯେଉଁ ସ୍କୁଟରରେ ବୋହି ଅଭିଯୁକ୍ତମାନେ ନେଇଥିଲେ, ତାକୁ ଜବତ କରିଛି ଯାଜପୁର ପୁଲିସ୍। ଏହି ସ୍କୁଟରଟି ରାକେଶ ସ୍ୱାଇଁଙ୍କର। ଏଥିରେ ମଧ୍ୟ ଝରାଫୁଲ ତାଙ୍କ ସହିତ ବୁଲାବୁଲି କରିଥିଲେ।

Advertisment

ଗତକାଲି ଭୁବନେଶ୍ୱରରେ ସିନ୍ ରିକ୍ରିଏସନ୍ ବେଳେ ରାକେଶ ସ୍ୱାଇଁ ଏହି ସ୍କୁଟର ସଂପର୍କରେ ସୂଚନା ଦେଇଥିଲେ। ତା’ପରେ ପୁଲିସ୍ ଏହାକୁ ଜବତ କରିଛି। ଭୁବନେଶ୍ୱର ପାଖ ସୁନ୍ଦରପଦା ନିକଟରୁ ଏକ ବୁଦା ମୂଳରୁ ସ୍କୁଟରଟିକୁ ଜବତ କରାଯାଇଛି। କିନ୍ତୁ ଏଯାଏ ରାକେଶଙ୍କ ସହଯୋଗୀ ପୁଲିସ୍‌ ହାତରେ ପଡ଼ି ନାହାନ୍ତି। ଝରାଫୁଲଙ୍କ ମୃତଦେହକୁ ସ୍କୁଟରରେ ବୋହି ନେଇ ବାଟରେ ଫିଙ୍ଗିବାରେ ସେ ରାକେଶଙ୍କୁ ସହଯୋଗ କରିଥିଲେ।

ଝରାଫୁଲଙ୍କ ମୃତ୍ୟୁ ଘଟଣାରେ ଏକାଧିକ ସିସିଟିଭି ଫୁଟେଜ୍ ମିଳିଛି। ସେଥିରେ ଏକ ସ୍କୁଟରକୁ ବାରମ୍ବାର ଦେଖିବାକୁ ମିଳିଛି।

Advertisment

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ସ୍ୱାଇଁକୁ ପୁଲିସ୍ ତିନି ଦିନ ରିମାଣ୍ଡରେ ଆଣିଥିବା ବେଳେ ଆଜି ହେଉଛି ଏହାର ଶେଷ ଦିନ। ତେବେ ଏଯାଏଁ ଝରାଫୁଲଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଯାହା ସୂଚନା ମିଳିଛି, ରାକେଶ ମଧ୍ୟ କିଛି ଜାଣି ନାହିଁ ବୋଲି କହୁଛି।

ଘଟଣାର ଇତିବୃତ୍ତ

ମୟୂରଭଞ୍ଜ ଜିଲ୍ଲାର ଝରାଫୁଲ ନାୟକ ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଘର ଭୁବନେଶ୍ୱରରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ମହାମାରୀ କରୋନା ପାଇଁ କଲେଜ ବନ୍ଦ ଥିବାରୁ ଝରାଫୁଲ ଗାଁକୁ ଯାଇଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ଝରା ଗାଁକୁ ଭୁବନେଶ୍ୱର ଆସିଥିଲେ। ଜାନୁଆରୀ ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଥିବା ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ। ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ଏମିତିକି  ତାଙ୍କ ଭାଇ ମଧ୍ୟ ଝରାଫୁଲଙ୍କ ପାଖକୁ ବାରମ୍ବାର ଫୋନ୍ କରିଥିଲେ। ସେ ଫୋନ୍ ନ ଉଠାଇବାରୁ ହ୍ୱାଟସ୍‌ଆପ୍‌ରେ ମେସେଜ୍ କରିଥିଲେ। ରାକେଶ, ସୋନାଲୀ ନାଁରେ ମୋବାଇଲ୍‌ରେ ଚାଟିଂ କରିଥିଲେ।

୨୬ ତାରିଖରେ ଝରାଫୁଲ ବାଣୀବିହାର ଷ୍ଟପେଜରେ ବସରୁ ଓହ୍ଲାଇ ଚାଲି ଚାଲି ରୂପାଲି ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଉଭୟ ସ୍କୁଟିରରେ ଭୁବନେଶ୍ୱରରେ ବୁଲାବୁଲି କରିବା ପରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ବିରିୟାନୀ ଖାଇବାକୁ ଯାଇଥିଲେ। ସେଠାରେ ରାକେଶ ବିରିୟାନୀ ଖାଇଥିଲେ। କିନ୍ତୁ ପେଟ କାଟୁଥିବା କହି ଝରାଫୁଲ ବିରିୟାନୀ ଖାଇ ନଥିଲେ। ସନ୍ଧ୍ୟାରେ ଉଭୟ ଧର୍ମ ବିହାରରେ ଥିବା ଏକ ଗେଷ୍ଟ ହାଉସକୁ ଯାଇଥିଲେ। ସେଠାରେ ଉଭୟ ରାତ୍ର ଯାପନ କରିଥିଲେ। ତେଣୁ ଯାହା ଘଟିଛି, ସେହି ରାତିରେ ଘଟିଛି ବୋଲି କୁହାଯାଉଛି।

ଅଭିଯୋଗରୁ ପ୍ରକାଶ, ୨୭ ତାରିଖ ସକାଳେ ଝରାଫୁଲ ସଜ୍ଞା ହରାଇ ତଳେ ପଡ଼ିଯାଇଥିଲେ। ଯେଉଁଥିପାଇଁ ରାକେଶ ଭୟଭୀତ ହୋଇଯାଇଥିଲେ। ପରେ ରାକେଶ ତାଙ୍କ ସାଙ୍ଗ ଶେଖରକୁ ଫୋନ୍‌ କରି ଡାକିଥିଲେ। ଏହା ପରେ ଶେଖର ଓ ରାକେଶ ସ୍କୁଟିରରେ ଝରାଫୁଲକୁ ବସାଇ କଟକ ମେଡିକାଲ୍‌ରେ ନେଉଥିଲେ। ହେଲେ ରାସ୍ତାରେ ଝରାଫୁଲଙ୍କ ମୃତ୍ୟୁ ଘଟିଥିବା ଆଲୋଚନା ହେଉଛି। ଏହା ପରେ ଉଭୟ ଝରଫୁଲଙ୍କ ମୃତଦେହକୁ ମୟୂରଭଞ୍ଜ ଜିଲ୍ଲାରେ ଫିଙ୍ଗି ଦେବା ପାଇଁ ଯୋଜନା କରିଥିଲେ। ହେଲେ ଜାତୀୟ ରାଜପଥରେ ଝରାଫୁଲଙ୍କ ପାଦ ରାସ୍ତାରେ ଘୁଷୁରୁଥିବା ଦେଖି କେତେକ ଲୋକ ସେମାନଙ୍କୁ କହିଥିଲେ। ଏହା ପରେ ଶେଖର ଓ ରାକେଶ ମୃତଦେହକୁ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲା, ଯାହା ସିସିଟିଭିରେ କଏଦ ହୋଇଯାଇଥିଲା।

Jharaphula Murder Case Jharaphula Death Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe