Advertisment

ସଲପ ପିଆଇ ଯୁବତୀଙ୍କୁ ଜଙ୍ଗଲରେ ଗଣଦୁଷ୍କର୍ମ,୨ ଗିରଫ

ବାଲିଗୁଡ଼ା (ଅଜିତ କୁମାର ନାୟକ): ଜଙ୍ଗଲରେ ସଲପ ରସ ପିଆଇ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରୁ। ଅଭିଯୋଗ ପାଇବା ପରେ କୋଟଗଡ଼ ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଉଛନ୍ତି ଅଶେଫ ବଡ଼ମାଝି ଓ ନିଳାମ୍ବର ବଡ଼ମାଝି। ସୂଚନା ଅନୁଯାୟୀ, ଏହି ଦୁଇ ଜଣ ଗତ ୨୯ ତାରିଖରେ ଗାଁର ଦୁଇ ଜଣ ମହିଳା ଓ ପୀଡ଼ିତାଙ୍କୁ […]

author-image
Jitendra Garnayak
ସଲପ ପିଆଇ ଯୁବତୀଙ୍କୁ ଜଙ୍ଗଲରେ ଗଣଦୁଷ୍କର୍ମ,୨ ଗିରଫ

kotagarh

ବାଲିଗୁଡ଼ା (ଅଜିତ କୁମାର ନାୟକ): ଜଙ୍ଗଲରେ ସଲପ ରସ ପିଆଇ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରୁ।

Advertisment

ଅଭିଯୋଗ ପାଇବା ପରେ କୋଟଗଡ଼ ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଉଛନ୍ତି ଅଶେଫ ବଡ଼ମାଝି ଓ ନିଳାମ୍ବର ବଡ଼ମାଝି।

ସୂଚନା ଅନୁଯାୟୀ, ଏହି ଦୁଇ ଜଣ ଗତ ୨୯ ତାରିଖରେ ଗାଁର ଦୁଇ ଜଣ ମହିଳା ଓ ପୀଡ଼ିତାଙ୍କୁ ନେଇ ପାଖ ଜଙ୍ଗଲକୁ ଭୋଜି କରିବାକୁ ଯାଇଥିଲେ। ସେଠାରେ ସମସ୍ତେ ସଲପ ରସ ପିଇଥିଲେ। ସଲପ ରସ ପିଇବା ପରେ ଦୁଇ ଜଣ ମହିଳା କୌଣସି ପ୍ରକାରେ ଘରକୁ ଫେରି ଆସିଥିଲେ। କିନ୍ତୁ ସଲପ ରସ ପିଇବା ପରେ ପୀଡ଼ିତାଙ୍କୁ ପ୍ରବଳ ନିଶା ହୋଇଯାଇଥିଲା। ସେ ଆଉ ଘରକୁ ଫେରି ପାରି ନଥିଲେ।

Advertisment

ଏହାର ସୁଯୋଗ ନେଇ ଉଭୟ ଅଭିଯୁକ୍ତ ସମ୍ପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣଙ୍କ ଏ ନେଇ ପରିବାର ଲୋକଙ୍କୁ କହିବା ପରେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।