Deadbody
ଛତ୍ରପୁର (ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁର ପଞ୍ଚାୟତର କୋଙ୍କରଡା ଗାଁରୁ ଜଣେ ମହିଳାଙ୍କୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ମଞ୍ଜୁସା ପ୍ରଧାନ। ତେବେ ମଞ୍ଜୁସାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ମଞ୍ଜୁସା ଦୁଇ ବର୍ଷ ତଳେ ଜଣେ ଗୁଜରାଟି ଜାତିର ପୁଅ ସହିତ ପଳାଇଯାଇଥିଲେ। ଗତ ୮ ମାସ ହେବ ସେ ନିଜ ଗାଁ କୋଙ୍କରଡାକୁ ଫେରି ସ୍ୱାମୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ । ଗତକାଲି ସକାଳେ ମଞ୍ଜୁସାର ମୃତଦେହ ସେ ରହୁଥିବା ଭଡ଼ା ଘରୁ ମିଳିଥିଲା। ମଞ୍ଜୁସାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ପରେ ମଞ୍ଜୁସାଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/deadbody-10000.jpg)