Advertisment

ଭୁବନେଶ୍ୱରରେ ‘ମ୍ୟାକ୍ସ ଫ୍ୟାଶନ୍‌’ର ଚତୁର୍ଥ ଶୋ’ ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଫ୍ୟାଶନ୍ ବ୍ରାଣ୍ଡ୍ ‘ମ୍ୟାକ୍ସ ଫ୍ୟାଶନ୍‌’ର ଏକ ନୂଆ ଶୋ’ ରୁମ୍‌ ଭୁବନେଶ୍ୱର ପାତ୍ରପଡ଼ାର ‘ଡିଏନ୍ ରେଗାଲିଆ’ରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ରାଜଧାନୀରେ ‘ମ୍ୟାକ୍ସ ଫ୍ୟାଶନ୍‌’ର ଏହାର ଚତୁର୍ଥ ଷ୍ଟୋର୍‌। ଉଦ୍‌ଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ। ଏହି ଅତ୍ୟାଧୁନିକ ଶୋ’ ରୁମ୍‌ରେ ପୁରୁଷ, ମହିଳା ଓ କିଡ୍‌ସ୍‌ଙ୍କ ପାଇଁ ପୋଷାକ, ଆକ୍ସେସରିଜ୍‌ ଓ ଫୁଟ୍ ୱିଅର୍‌ ସାମଗ୍ରୀ ଉପଲବ୍‌ଧ। ‘ମ୍ୟାକ୍ସ’ […]

ଭୁବନେଶ୍ୱରରେ ‘ମ୍ୟାକ୍ସ ଫ୍ୟାଶନ୍‌’ର ଚତୁର୍ଥ ଶୋ’ ରୁମ୍‌ ଉଦ୍‌ଘାଟିତ

max-final

Advertisment

ଭୁବନେଶ୍ୱର: ଭାରତର ଅଗ୍ରଣୀ ଫ୍ୟାଶନ୍ ବ୍ରାଣ୍ଡ୍ ‘ମ୍ୟାକ୍ସ ଫ୍ୟାଶନ୍‌’ର ଏକ ନୂଆ ଶୋ’ ରୁମ୍‌ ଭୁବନେଶ୍ୱର ପାତ୍ରପଡ଼ାର ‘ଡିଏନ୍ ରେଗାଲିଆ’ରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ରାଜଧାନୀରେ ‘ମ୍ୟାକ୍ସ ଫ୍ୟାଶନ୍‌’ର ଏହାର ଚତୁର୍ଥ ଷ୍ଟୋର୍‌। ଉଦ୍‌ଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ।
ଏହି ଅତ୍ୟାଧୁନିକ ଶୋ’ ରୁମ୍‌ରେ ପୁରୁଷ, ମହିଳା ଓ କିଡ୍‌ସ୍‌ଙ୍କ ପାଇଁ ପୋଷାକ, ଆକ୍ସେସରିଜ୍‌ ଓ ଫୁଟ୍ ୱିଅର୍‌ ସାମଗ୍ରୀ ଉପଲବ୍‌ଧ। ‘ମ୍ୟାକ୍ସ’ ପକ୍ଷରୁ ଏଠାରେ ଆକର୍ଷଣୀୟ ଉଦ୍‌ଘାଟନୀ ଅଫର୍‌ ଦିଆଯାଉଛି । କିଛି ନିର୍ଦିଷ୍ଟ ସାମଗ୍ରୀ ଉପରେ ଫ୍ଲାଟ୍ ୫୦% ରିହାତି ବି ରହିଛି।publive-image

Advertisment

ରାଜଧାନୀରେ ଏହି ନୂଆ ଶୋ’ ରୁମ୍‌ ଉନ୍ମୋଚନ ଅବସରରେ କମ୍ପାନୀର ପୂର୍ବାଞ୍ଚଳ ଜୋନ୍‌ ମାର୍କେଟିଂ ଏଭିପି ରାଜୀବ ମୁଖାର୍ଜୀ କହିଛନ୍ତି, “ଆମେ ସବୁ ବେଳେ ଆମ ଗ୍ରାହକଙ୍କୁ ନୂଆ ଷ୍ଟାଇଲ୍ ଓ ଟ୍ରେଣ୍ଡ୍ର ପୋଷାକ ଜରିଆରେ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛୁ । ଆମର ଶୀତ ପୋଷାକ, ସ୍ମାର୍ଟ କାଜୁଆଲ୍‌ ପୋଷାକକୁ ଅତ୍ୟାଧୁନିକ ଫେବ୍ରିକ୍‌ରେ ନୂତନ ପିଢ଼ିଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।“
ଶୀତଦିନିଆ ଚାହିଦାକୁ ଦୃଷ୍ଟିରେ ରଖି ‘ମ୍ୟାକ୍ସ’ ଏହି ନୂଆ ଶୋ’ ରୁମ୍‌ରେ ବାଇକର୍‌ ଜ୍ୟାକେଟ୍, କୁଲ୍ ସ୍ଲୋଗାନ୍‌ ସ୍ୱେଟ୍ ଟି, ଫକ୍ସ ଫୁର୍‌ ଜ୍ୟାକେଟ୍ ସହ ଅନ୍ୟାନ୍ୟ ଫ୍ୟାଶନ୍ ସାମଗ୍ରୀ ମଧ୍ୟ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe