ମେ’୨୬ ତାରିଖରୁ ଆରମ୍ଭ ହେବ ହାତୀଗଣନା

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ହାତୀଗଣନା। ଏହା ୨୬, ୨୭ ଓ ୨୮ ତିନିଦିନ ଧରି ଚାଲିବ। ଏହି କ୍ରମରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ସମେତ ଜିଲାର  ନୀଳଗିରି, ସୋର ଓ ଜଳେଶ୍ୱର ରେଞ୍ଜରେ ମଧ୍ୟ ହାତୀ ଗଣନା କରାଯିବ। ଏଥିପାଇଁ ୪୯ଟି ଟିମରେ ୧୫୫ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଇତିମଧ୍ୟରେ ସମସ୍ତଙ୍କୁ ତାଲିମ ଦିଆଯାଇସାରିଛି।   ଯେଉଁଥିରେ ୪ଜଣ ରେଞ୍ଜର ୨୦ଜଣ ଫରେଷ୍ଟର ୩୨ଜଣ ଗାର୍ଡ ଓ ସବୁଜ ବାହୀନି […]

Chandaka-elephant-orissa

Rakesh Mallick
  • Published: Saturday, 23 May 2015
  • , Updated: 23 May 2015, 10:02 AM IST

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ହାତୀଗଣନା। ଏହା ୨୬, ୨୭ ଓ ୨୮ ତିନିଦିନ ଧରି ଚାଲିବ। ଏହି କ୍ରମରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ସମେତ ଜିଲାର  ନୀଳଗିରି, ସୋର ଓ ଜଳେଶ୍ୱର ରେଞ୍ଜରେ ମଧ୍ୟ ହାତୀ ଗଣନା କରାଯିବ। ଏଥିପାଇଁ ୪୯ଟି ଟିମରେ ୧୫୫ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଇତିମଧ୍ୟରେ ସମସ୍ତଙ୍କୁ ତାଲିମ ଦିଆଯାଇସାରିଛି।   ଯେଉଁଥିରେ ୪ଜଣ ରେଞ୍ଜର ୨୦ଜଣ ଫରେଷ୍ଟର ୩୨ଜଣ ଗାର୍ଡ ଓ ସବୁଜ ବାହୀନି ସାମିଲ ହେବେ।  ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ଜଳାଶୟ ନିକଟରେ ମଞ୍ଚା କରି କର୍ମଚାରୀମାନେ ମୁଖ୍ୟତଃ ରାତିବେଳା ହାତୀମାନଙ୍କ ଗତିବିଧି ଲକ୍ଷ୍ୟ କରିବା ସହ ଗଣନା କରିବେ।

Related story