ଭୁବନେଶ୍ୱର: ୨୦୧୨ ମସିହା ମେ ୨୯ ଷ୍ଟ୍ରାଟେଜି ଏକ ଭୁଲ୍ ଥିଲା। ବିଜେଡି ବିଦ୍ରୋଦର ତିନିବର୍ଷ ପରେ ଆଜି ଏହା ସ୍ୱୀକର କରିଛନ୍ତି ସାଂସଦ ପ୍ୟାରୀମୋହନ ମହାପାତ୍ର। ଏହି ଘଟଣାକୁ ନେଇ ଏକଦା ଚଳଚଞ୍ଚଳ ପ୍ୟାରୀଙ୍କ ସହିଦ୍ ନଗରର ବାସଭବନ ପ୍ଲଟ୍ ନମ୍ୱର ଏ ବାଇ ୧୧୧ ଏବେ ଖାଁ ଖାଁ ହୋଇପଡିଛି ।ଏହିଠାରେ ଆଉ ଆଗଭଳି ନେତା ଓ ଅଫିସରଙ୍କ ଭିଡ଼ ପରିଲକ୍ଷିତ ହେଉନାହିଁ। ମେ-୨୯ର ସେଇ ଘଟଣା ରାଜ୍ୟ ରାଜନୀତିକୁ ନୂଆ ମୋଡ଼ ଦେଇଥିଲା। ଶାସନାଧିନ ବିଜେଡିର ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଥିବାବେଳେ ମୁଖ୍ୟମନ୍ତ୍ରୀ ଆସନ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀଥିବା ନବୀନପଟ୍ଟନାୟକଙ୍କ ବିରୋଧରେ ପ୍ୟାରୀମୋହନ ମହାପାତ୍ରା ରାଜନୈତିକ ଚକ୍ରାନ୍ତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାପରେ ସେ ବିଜଡିରୁ ବର୍ହିସ୍କୃତ ହୋଇଥିଲେ। ସେତେବେଳର ଓଡ଼ିଶା ରାଜନୀତିରେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ପ୍ୟାରୀମୋହନ ମହାପାତ୍ରଙ୍କ ସହିଦନଗର ଘର ଏବେ ଶୁନଶାନ୍ ପରିଲକ୍ଷିତ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।