Advertisment

ମେ’ ଦ୍ୱିତୀୟ ସପ୍ତାହରୁ ୧୮ଟି ଜିଲ୍ଲାରୁ ସଂଗ୍ରହ କରାଯିବ ରବିଧାନ

ଭୁବନେଶ୍ୱର: ଚଳିତମାସ ଦ୍ୱିତୀୟ ସପ୍ତାହରୁ ରାଜ୍ୟର ୧୮ଟି ଜିଲ୍ଲାରୁ ରବିଧାନ ସଂଗ୍ରହ କରି‍ବେ ସରକାର। ୩୦୬ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ୪୫ ଦିନ ଧରି ଏହି ସଂଗ୍ରହ କାର୍ଯ୍ୟ ଜାରି କରିବ ସରକାର। ଧାନ ବିକ୍ରୟ ପାଇଁ ଏ ପର୍ଯ୍ୟନ୍ତ ୧ଲକ୍ଷ ୪୫ ହଜାର ୨୮୪ ଜଣ କୃଷି ନିଜ ନାଁ ପଞ୍ଜୀକରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ୫୩ ହଜାର ଟନ୍ ଧାନ ସଂଗ୍ରହ ଆକଳନ କରିଛି ଖାଦ୍ୟ ଓ ଯୋଗାଣ […]

ମେ’ ଦ୍ୱିତୀୟ ସପ୍ତାହରୁ ୧୮ଟି ଜିଲ୍ଲାରୁ ସଂଗ୍ରହ କରାଯିବ ରବିଧାନ

paddy-rice

Advertisment

ଭୁବନେଶ୍ୱର: ଚଳିତମାସ ଦ୍ୱିତୀୟ ସପ୍ତାହରୁ ରାଜ୍ୟର ୧୮ଟି ଜିଲ୍ଲାରୁ ରବିଧାନ ସଂଗ୍ରହ କରି‍ବେ ସରକାର। ୩୦୬ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ୪୫ ଦିନ ଧରି ଏହି ସଂଗ୍ରହ କାର୍ଯ୍ୟ ଜାରି କରିବ ସରକାର। ଧାନ ବିକ୍ରୟ ପାଇଁ ଏ ପର୍ଯ୍ୟନ୍ତ ୧ଲକ୍ଷ ୪୫ ହଜାର ୨୮୪ ଜଣ କୃଷି ନିଜ ନାଁ ପଞ୍ଜୀକରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ୫୩ ହଜାର ଟନ୍ ଧାନ ସଂଗ୍ରହ ଆକଳନ କରିଛି ଖାଦ୍ୟ ଓ ଯୋଗାଣ ବିଭାଗ । ସେହିପରି ୮୦ଭାଗ ଡାଲି ବାହାର ରାଜ୍ୟରୁ ଆସୁଥିବାରୁ ଓ ଅଦିନିଆ ବର୍ଷା ପାଇଁ ପ୍ରାୟ ୪୦ ପ୍ରତିଶତ ଫସଲ ନଷ୍ଟ ହୋଇଯାଇଥିବାରୁ ଗତବର୍ଷ ତୁଳନାରେ ଡାଲିର ମୂଲ୍ୟ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ ବାହାରୁ ଆମଦାନୀ ହେଉଥିବା ଡାଲିର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ଏହାସହ ରାଜ୍ୟରେ ଡାଲିର କଳାବଜାରୀକୁ ରୋକିବାକୁ ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe