ଓଲଟିଲା ଡିଜେ ଗାଡ଼ି, ଚାପି ହୋଇଗଲେ ୧୦ ଜଣ

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ଡିଜେ ପ୍ରତିଯୋଗିତା ବେଳେ ଓଲଟି ପଡ଼ିଲା ଡିଜେ ଗାଡ଼ି । ଏହା ତଳେ ଚାପି ହୋଇ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏପରି ଘଟଣା ଗତକାଲି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବଜାରରେ ଘଟିଥିଲା। ମୋରଡ଼ା ବଜାରରେ ଉଡ଼ା ପର୍ବ ପାଳନ ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିଜେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଉତ୍ସବରେ ୫ ହଜାରରୁ ଅଧିକ […]

accident

Niharika Rout
  • Published: Friday, 15 April 2022
  • , Updated: 15 April 2022, 07:50 AM IST

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ଡିଜେ ପ୍ରତିଯୋଗିତା ବେଳେ ଓଲଟି ପଡ଼ିଲା ଡିଜେ ଗାଡ଼ି । ଏହା ତଳେ ଚାପି ହୋଇ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏପରି ଘଟଣା ଗତକାଲି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବଜାରରେ ଘଟିଥିଲା।

ମୋରଡ଼ା ବଜାରରେ ଉଡ଼ା ପର୍ବ ପାଳନ ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିଜେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଉତ୍ସବରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ତେବେ ଡିଜେ ଗାଡ଼ିଗୁଡ଼ିକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ୨୦ରୁ ୨୫ ଫୁଟ ଉଚ୍ଚ ଯାଏଁ ମାଇକ ଓ ଲାଇଟ୍ ବନ୍ଧା ଯାଇଥିଲା । ଏହି କାରଣରୁ ଏକ ଡିଜେ ଗାଡ଼ି ଭାରସାମ୍ୟ ହରାଇ ଲୋକଙ୍କ ଉପରେ ହିଁ ଓଲଟି ପଡ଼ିଥିଲା ।

। ଫଳରେ ଏହା ତଳେ ଚାପି ହୋଇ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରି  ପ୍ରଥମେ ବାରମାଇଲ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଡିଜେ ଗାଡ଼ିଗୁଡ଼ିକ ପାଶ୍ୱବର୍ତ୍ତୀ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ଜଳେଶ୍ଵର ଅଞ୍ଚଳରୁ ଆସିଥିବା ବେଳେ ଓଲଟି ପଡିଥିବା ଭୁଟୁଭୁଟି ଗାଡ଼ିର ମାଲିକ ଓ କର୍ମଚାରୀ ଫେରାର ହୋଇ  ଯାଇଛନ୍ତି। ଡିଜେ ବ୍ୟାନ୍ ଥିବା ବେଳେ ଏହି ଗାଡ଼ିଗୁଡ଼ିକ କିପରି ସେଠାରେ ଏତେ ଶଦ୍ଦ କରୁଥିଲେ ଏବଂ କାହାଠୁ ପରମିଶନ ନେଇଥିଲେ ତାହା ସ୍ପଷ୍ଟ ଜଣା ପଡ଼ିନାହିଁ  । ପୁଲିସ୍‌ ଘଟଣାସ୍ଥଳରେ ପହିଞ୍ଚି ଡିଜେ ଗାଡ଼ିକୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି

Related story