Advertisment

ରାସ୍ତାକଡ଼କୁ ଓଲଟିଲା ବସ୍, ୧୦ ଆହତ

ବସ୍‌ରେ ଡ୍ରାଇଭର ସମେତ ୪୦ରୁ ଅଧିକ ଯାତ୍ରୀ ଥିଲେ।

Road Accident

Road Accident

Advertisment

ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଛକ ନିକଟରେ ଆଜି ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳ ୧୦ଟା ୩୦ ମିନିଟ୍‌ରେ ଚନ୍ଦନେଶ୍ୱରରୁ ଗୀତାଞ୍ଜଳି ନାମକ ଏକ ଯାତ୍ରୀବାହୀ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ବାରିପଦା ଅଭିମୁଖେ ଆସୁଥିଲା। ରଙ୍ଗାମାଟିଆ ଛକ ନିକଟରେ ବୀପରିତ ଦିଗରୁ ଏକ  ଆସୁଥିବା ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସ୍‌ଟି ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକେ ସହାୟତାରେ ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ବସ୍‌ରେ ଡ୍ରାଇଭର ସମେତ ୪୦ରୁ ଅଧିକ ଯାତ୍ରୀ ଥିଲେ। ଯାତ୍ରୀମାନଙ୍କୁ ଅନ୍ୟ ବସ୍‌ରେ  ନିଜ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା।  ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Odisha Police Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe