Advertisment

ଫେସବୁକରେ ବିଜ୍ଞାପନ ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା

ବାରିପଦା (ମାନିକ୍ ଲାଲ୍ ପାଣି): ରାଜ୍ୟରେ ସାଇବର ଠକେଇର ଚେର ଦିନକୁ ଦିନ ଲମ୍ବିବାରେ ଲାଗିଛି। ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ ବି କରାଯାଉଛି। କିନ୍ତୁ ଏତେସବୁ ସଚେତନତା ସତ୍ତ୍ୱେ ସାଇବର ଲୋକେ ଠକେଇର ଶିକାର ହେଉଛନ୍ତି। ଏମିତି ଏକ ବଡ଼ ଠକେଇର ସାମ୍ନା କରିଛନ୍ତି ବାରିପଦାର ଜଣେ ବ୍ୟକ୍ତି। ସେ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇର ଶିକାର ହୋଇଛନ୍ତି। ଯାହା ପରେ ସେ ସାଇବର ଥାନାର ଆଶ୍ରୟ ନେଇଛନ୍ତି। ବାରିପଦାର ଯୁବ ବ୍ୟବସାୟୀ ବିକାଶ […]

ଅଦ୍ୟତନ ହୋଇଛି
ଫେସବୁକରେ ବିଜ୍ଞାପନ ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା

baripada

Advertisment

ବାରିପଦା (ମାନିକ୍ ଲାଲ୍ ପାଣି): ରାଜ୍ୟରେ ସାଇବର ଠକେଇର ଚେର ଦିନକୁ ଦିନ ଲମ୍ବିବାରେ ଲାଗିଛି। ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ ବି କରାଯାଉଛି। କିନ୍ତୁ ଏତେସବୁ ସଚେତନତା ସତ୍ତ୍ୱେ ସାଇବର ଲୋକେ ଠକେଇର ଶିକାର ହେଉଛନ୍ତି। ଏମିତି ଏକ ବଡ଼ ଠକେଇର ସାମ୍ନା କରିଛନ୍ତି ବାରିପଦାର ଜଣେ ବ୍ୟକ୍ତି। ସେ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇର ଶିକାର ହୋଇଛନ୍ତି। ଯାହା ପରେ ସେ ସାଇବର ଥାନାର ଆଶ୍ରୟ ନେଇଛନ୍ତି।

Advertisment

ବାରିପଦାର ଯୁବ ବ୍ୟବସାୟୀ ବିକାଶ କୁମାର ସାହା। ସାହା ଫେସବୁକରେ ଏକ ନାମୀଦାମୀ ଜୋତା କମ୍ପାନୀର ବିଜ୍ଞାପନକୁ ଦେଖି ଜୋତା ବ୍ୟବସାୟ କରିବା ପାଇଁ ମନ ବଳାଇଥିଲେ। ଫେସବୁକରେ ଥିବା ଲିଙ୍କ ଓ ନମ୍ବରରେ ଉକ୍ତ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଏହାପରେ କମ୍ପାନୀ ତରଫରୁ ଅନଲାଇନ ଆବେଦନ, ଏଗ୍ରିମେଣ୍ଟ, ସ୍ଥାନ ଓ ଭିତ୍ତିଭୂମି, କିଛି ପରିମାଣର ଜୋତା, ଶୋ’ରୁମରେ କମ୍ପ୍ୟୁଟର ଓ ଆସବାବପତ୍ର ସରଞ୍ଜାମ ପାଇଁ ପର୍ଯ୍ୟାୟ କ୍ରମରେ ଟଙ୍କା ପଠାଇଥିଲେ।

ସେ ଏହି ଟଙ୍କାକୁ ନିଜ ବ୍ୟାଙ୍କ ଆକାଉଣ୍ଟ, ଭାଇଙ୍କ ଆକାଉଣ୍ଟ, ନିଜ ସ୍ତ୍ରୀଙ୍କ ଆକାଉଣ୍ଟରୁ ଉକ୍ତ କମ୍ପାନୀର ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଓ ଉଦଜୀବନ ବ୍ୟାଙ୍କ ଜରିଆରେ ଜମା କରିଥିଲେ। ସେ କହିଛନ୍ତି ଯେ ଫେସବୁକରେ ବ୍ରାଣ୍ଡେଡ୍ ଜୋତାର ବିଜ୍ଞାପନ ଦେଖି ଜୋତା ବ୍ୟବସାୟୀ ପାଇଁ ମନ ବଳାଇଥିଲେ। ପୂର୍ବରୁ ନିଜ ପୈତୃକ ବ୍ୟବସାୟୀ ଥିବା ବେଳେ ନିଜସ୍ୱ ବ୍ୟବସାୟୀ ପାଇଁ ସମ୍ପର୍କୀୟଙ୍କ ଠାରୁ ଧାର କରଜ କରି ଟଙ୍କାକୁ ଉକ୍ତ କମ୍ପାନୀ ନାମରେ ପୈଠ କରିଥିଲେ।

Advertisment

ଦୁଇ ମାସ ଧରି କମ୍ପାନୀ ପକ୍ଷରୁ କୋଣସି ଯୋଗାଯୋଗ ହୋଇନଥିଲା। ଏପରିକି କମ୍ପାନୀ ଅଧିକ ଟଙ୍କା ମାଗିବାରୁ ବିକାଶଙ୍କ ମନରେ ସନ୍ଦେହ ହୋଇଥିଲା। ଯେଉଁ କାରଣରୁ ସେ କଲିକତା ସ୍ଥିତ ଉକ୍ତ କମ୍ପାନୀର କାର୍ଯ୍ୟାଳୟକୁ ଯାଇ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ସବୁ ବ୍ୟାଙ୍କ ଆକାଉଣ୍ଟ ଓ ଠିକଣା ଜାଲ ବୋଲି ସେ ଜାଣିବାକୁ ପାଇଥିଲେ। ଏତେ ବଡ଼ ଠକେର ଶିକାର ହେବା ପରେ ସେ ପ୍ରଥମେ ବାରିପଦା ସାଇବର ଥାନାରେ ଲିଖିତ ଭାବେ ଅଭିଯୋଗ କାରିଛନ୍ତି। ଏହାକୁ ନେଇ ବାରିପଦା ସାଇବର ଥାନାରେ କେଶ ନମ୍ବର-୧/ ୨୦୨୨ରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe