Advertisment

ବନ କର୍ମଚାରୀ ମାଥି ହାଁସଦା ହତ୍ୟା ମାମଲାରେ ୧୦ ଗିରଫ

ଗୁଳିଟି ମାଥିଙ୍କ ଛାତିରେ ବାଜିଥିଲା। ଫଳରେ ରକ୍ତ ଜୁଡ଼ୁବୁଡୁ ହୋଇ ତଳେ ପଡ଼ି ଯାଇଥିଲେ ମାଥି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କରଞ୍ଜିଆ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Mathi Hansda

Mathi Hansda

ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀ ହତ୍ୟା ମାମଲାରେ ଗିରଫ ହେଲେ ୧୦ ଶିକାରୀ। ସମସ୍ତେ ଠାକୁରମୁଣ୍ଡା ଥାନା ସାଲେବେଡ଼ା ପଞ୍ଚାୟତର। ପୁଲିସ୍‌ ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ଧନୁତୀର, ଲୁହା ରଡ୍‌ ଓ ଗନ୍‌ ପାୱଡର ଜବତ କରିଛି। ଏନେ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସ୍‌ପି ବି.ଗଙ୍ଗାଧର। ତେବେ ଏହି ମାମଲାରେ ଆଉ ଯେଉଁମାନଙ୍କର ସମ୍ପୃକ୍ତି ଥିବ, ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ମୟୂରଭଞ୍ଜ ପୁଲିସ୍‌ କହିଛି। ଗତ ୧୬ ତାରିଖରେ ରାତିରେ ଭାରପ୍ରାପ୍ତ ରେଞ୍ଜର ମାଥି ହାଁସଦାଙ୍କୁ ଗୁଳି କରି ହତ୍ୟା କରିଥିଲେ ଶିକାରୀ।

Advertisment

ବାରହାକାମୁଡ଼ା ଭାରପ୍ରାପ୍ତ ରେଞ୍ଜର ମାଥି ହାଁସଦା ଓ ତାଙ୍କ ସାଥୀମାନେ ରାତିରେ ପାଟ୍ରୋଲିଂରେ ଯାଇଥିଲେ। ସେହି ସମୟରେ ଗାମଛାଝରଣ ନିକଟରେ ଶିକାରୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଅଭୟାରଣ୍ୟ ଭିତରକୁ ନଯିବା ପାଇଁ ଶିକାରୀଙ୍କୁ କହିଥିଲେ। ମାତ୍ର ଶିକାରୀମାନେ ରାଜି ହୋଇନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଭିତରେ ଜଣେ ଶିକାରୀ ଭାରପ୍ରାପ୍ତ ରେଞ୍ଜର ମାଥି ହାଁସଦାଙ୍କ ଉପରକୁ ଗୁଳି ଚଳାଇଦେଇଥିଲେ।

ଗୁଳିଟି ମାଥିଙ୍କ ଛାତିରେ ବାଜିଥିଲା। ଫଳରେ ରକ୍ତ ଜୁଡ଼ୁବୁଡୁ ହୋଇ ତଳେ ପଡ଼ି ଯାଇଥିଲେ ମାଥି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କରଞ୍ଜିଆ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏହି ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ଘଟଣା ପରେ ତତ୍ପର ହୋଇଥିଲା ବନ ବିଭାଗ ଓ ପୁଲିସ୍‌।

Advertisment

ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ଆଜି ପୁଲିସ ଠାକୁରମୁଣ୍ଡା ଥାନା ସାଲେବେଡ଼ା ପଞ୍ଚାୟତରେ ଚଢ଼ଉ କରି ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ତୁରୀ କାଣ୍ଡିଆନ୍‌, ରାମାୟୀ କାଣ୍ଡିଆନ୍‌, ମୋରା ହୋ, ମାନିକରାମ କାଣ୍ଡିଆନ୍‌, ଦିଲ୍ଲୀପ କାଣ୍ଡିଆନ୍‌, ରାମସିଂ ଗୁଣ୍ଡୁଆ, ସିଂହ ହୋ, କାମିଆ ହୋ ଓ ଚମ୍ପାଇ ହୋ। ତେବେ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

ମାଥି ହାଁସଦା ହତ୍ୟା ମାମଲାରେ ଆଜି ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ ଭିତରୁ ପୂର୍ବରୁ ଜେଲ୍‌ ଯାଇଥିଲେ। ଶିକାର କରିବା ଅଭିଯୋଗରେ ଗିରଫ ହୋଇଥିଲେ।

ରିପୋର୍ଟ- ବାରିପଦାରୁ ମାଣିକଲାଲ ପାଣି

Crime Similipal National Park Baripada