car gutted in fire
ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ପରିସରରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ବହୁ ସଂଖ୍ୟକ କାର୍, ବାଇକ, ଅଟୋ ଓ ସାଇକେଲ। ଚାହୁଁ ଚାହୁଁ ଆଖି ସାମ୍ନାରେ ଗାଡ଼ିଗୁଡ଼ିକ ପାଉଁଶ ହୋଇଯିବା ନେଇ ଉଦ୍ବେଗ ପ୍ରକାଶ ପାଇଛି। ପାଖାପାଖି ୧୮ ବାଇକ, ୨ ଅଟୋ, ଗୋଟିଏ କାର୍ ଏବଂ ୪ ସାଇକେଲ ଜଳିଯାଇଥିବା ସୂଚନା ମିଳିଛି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ଘଟିଛି।
ଜଳିଯାଇଥିବା ଗାଡ଼ି ଗୁଡ଼ିକ ହେଉଛି ଜବତ ଗାଡ଼ି। ନିକଟ ଜଙ୍ଗଲରେ ଲାଗିଥିବା ନିଆଁ ହଠାତ୍ ଥାନା ପରିସରକୁ ମାଡ଼ି ଆସିବା ସହ ଯାନବାହନରେ ଲାଗିଯିବାରୁ ଏଭଳି ଘଟଣା ଘଟିଥିବା ଥାନା ପକ୍ଷରୁ କୁହାଯାଉଛି।
ଥାନା କର୍ମଚାରୀଙ୍କଠାରୁ ଅଗ୍ନିଶମ କର୍ମଚାରୀ ଖବର ପାଇ ନିଆଁକୁ ଆୟତ୍ତ କରିଥିଲେ। ପାଖାପାଖି ୩୪ ବାଇକ୍ ଓ ଗୋଟିଏ ଅଟୋକୁ ସ୍ଥାନାନ୍ତର କରିବାରେ ସକ୍ଷମ ହୋଇଥିଲେ। ତେବେ ଜଙ୍ଗଲରେ କେମିତି ନିଆଁ ଲାଗିଲା ? ଓ ପୁଲିସର ଅସବଧାନତା ଯୋଗୁ ଏହା କିପରି ଥାନା ଭିତରକୁ ବ୍ୟାପୀ ଯାଇ ଜବତ ଗାଡ଼ିଗୁଡ଼ିକରେ ଲାଗିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ଏନେଇ ତଦନ୍ତ କରାଯିବ ବୋଲି ଠାକୁରମୁଣ୍ଡା ଅଗ୍ନିଶମ ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us