Advertisment

ଲକଡାଉନରେ ଝାଡ଼ଖଣ୍ଡରୁ ଆସିଥିଲା ବିଦେଶୀ ମଦ, ଦୁଇ ଗିରଫ

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମଦ ମାଫିଆଙ୍କ ନିଶା ସାମ୍ରାଜ୍ୟ ବିସ୍ତାର ପାଇଁ ଲକଡାଉନ ଆଣିଦେଇଛି ସୁଯୋଗ। ସୁହାଉଛି ରାସ୍ତାର ନିର୍ଜନତା। କାରବାର ବଢ଼ିବା ସହିତ ବଢୁଛି ମଦମାଫିଆଙ୍କ ପ୍ରାଦୁର୍ଭାବ। ଏମିତି କିଛି ଦେଖିବାକୁ ମିଳିଛି ରରୁଆଁ ଥାନା ଅଞ୍ଚଳରେ। ପଡ଼ୋଶୀ ରାଜ୍ୟ ଝାଡଖଣ୍ଡର ଦୁଇ ଯୁବକ ଏକ ବାଇକରେ ବିଦେଶୀ ମଦ ନେଇ ଓଡିଶାରେ ବିକ୍ରି ପାଇଁ ଆସିଥିଲେ। ରରୁଆଁ ପୁଲିସ ପେଟ୍ରୋଲିଂ ସମୟରେ କୌଣସି ସୂତ୍ରରୁ ଖବର ପାଇ ଦୁଇ ଯୁବକଙ୍କୁ କାବୁ କରିବା […]

ଲକଡାଉନରେ ଝାଡ଼ଖଣ୍ଡରୁ ଆସିଥିଲା ବିଦେଶୀ ମଦ, ଦୁଇ ଗିରଫ

alcohol

Advertisment

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମଦ ମାଫିଆଙ୍କ ନିଶା ସାମ୍ରାଜ୍ୟ ବିସ୍ତାର ପାଇଁ ଲକଡାଉନ ଆଣିଦେଇଛି ସୁଯୋଗ। ସୁହାଉଛି ରାସ୍ତାର ନିର୍ଜନତା। କାରବାର ବଢ଼ିବା ସହିତ ବଢୁଛି ମଦମାଫିଆଙ୍କ ପ୍ରାଦୁର୍ଭାବ। ଏମିତି କିଛି ଦେଖିବାକୁ ମିଳିଛି ରରୁଆଁ ଥାନା ଅଞ୍ଚଳରେ। ପଡ଼ୋଶୀ ରାଜ୍ୟ ଝାଡଖଣ୍ଡର ଦୁଇ ଯୁବକ ଏକ ବାଇକରେ ବିଦେଶୀ ମଦ ନେଇ ଓଡିଶାରେ ବିକ୍ରି ପାଇଁ ଆସିଥିଲେ।

Advertisment

ରରୁଆଁ ପୁଲିସ ପେଟ୍ରୋଲିଂ ସମୟରେ କୌଣସି ସୂତ୍ରରୁ ଖବର ପାଇ ଦୁଇ ଯୁବକଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୧୮ ଲିଟର ବିଦେଶୀ ମଦ ସହିତ ଵାଇକ ଜବତ କରିଛି।

ଏ ନେଇ ପୁଲିସ୍ ଏକ ମାମଲା ରୁଜୁ କରି ମଦ କାରବାରରେ ସଂପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରିବା ସହିତ ମଦ କେଉଁଠି ଏବଂ କାହାକୁ ଯୋଗାଇବାକୁ ଆସୁଥିଲେ, ସେ ନେଇ ଅଧିକ ତଦନ୍ତ କରୁଛି ରରୁଆଁ ଥାନା ପୁଲିସ। ଏହା ସହ ଏଥିରେ ଆଉ କାହାର ସଂପୃକ୍ତି ଅଛି ନା ନାହିଁ, ତା’ର ମଧ୍ୟ ତଦନ୍ତ କରୁଛି ପୁଲିସ୍। ଏବେ ଗିରଫ ଯୁବକ ଦୁଇ ଜଣ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ବୋଲି ରରୁଆଁ ଥାନା ପୁଲିସ ସୂତ୍ରରୁ ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe