Advertisment

ଗଛରେ ପିଟି ହେଲା ଟ୍ରାକ୍ଟର, ଆଖି ବୁଜିଲେ ୨

ଉଦଳା(ମାନସ ପାଣି): କପ୍ତିପଦା ଥାନା କାଳିଆଷୋଳ ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଏକ ଏକ ବାଲି ବୋଝେଇ ଟ୍ରାକ୍ଟର  ଓଲଟି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକଦ୍ୱୟ ହେଲେ କାଳିଆ ମାଙ୍କଡ଼ିଆ ଏବଂ ମିଟୁ ମାଙ୍କଡ଼ିଆ। ସୂଚନା ଅନୁଯାୟୀ, ଏକ ବାଲି ବୋଝେଇ ଟ୍ରାକ୍ଟର ଗତକାଲି ପୋଡାଡିହାରୁ ନୁଦଡିହା ଅଭିମୁଖେ ଆସୁଥିଲା। କାଳିଆଷୋଳ ଛକ ନିକଟରେ ଭାରସାମ୍ୟ ହରାଇ […]

ଗଛରେ ପିଟି ହେଲା ଟ୍ରାକ୍ଟର, ଆଖି ବୁଜିଲେ ୨

ttt

Advertisment

ଉଦଳା(ମାନସ ପାଣି): କପ୍ତିପଦା ଥାନା କାଳିଆଷୋଳ ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଏକ ଏକ ବାଲି ବୋଝେଇ ଟ୍ରାକ୍ଟର  ଓଲଟି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକଦ୍ୱୟ ହେଲେ କାଳିଆ ମାଙ୍କଡ଼ିଆ ଏବଂ ମିଟୁ ମାଙ୍କଡ଼ିଆ।

Advertisment

ସୂଚନା ଅନୁଯାୟୀ, ଏକ ବାଲି ବୋଝେଇ ଟ୍ରାକ୍ଟର ଗତକାଲି ପୋଡାଡିହାରୁ ନୁଦଡିହା ଅଭିମୁଖେ ଆସୁଥିଲା। କାଳିଆଷୋଳ ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଏକ ଗଛରେ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବକ ଟ୍ରାକ୍ଟର ଚକ ତଳେ ଚାପି ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଇଂଜିନ ତଳେ ଚାପି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।

ଟ୍ରାକ୍ଟରରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।  ମୃତକ ଏବଂ ଗୁରୁତରମାନେ ସ୍ଥାନୀୟ ମାଙ୍କଡିଆ କଲୋନୀର  ବୋଲି ଜଣାଯାଇଛି। କପ୍ତିପଦା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe