/odisha-reporter/media/post_attachments/uploadimage/library/16_9/16_9_0/Accident_1681889442.jpg)
Accident
ରାଜସ୍ୱ ନିରୀକ୍ଷକଙ୍କୁ ଗାଡ଼ିକୁ ଧକ୍କା ଦେଲା ବସ୍। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାଜସ୍ୱ ନିରୀକ୍ଷକ। ଦୁର୍ଘଟଣାରେ ତାଙ୍କ ୫ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ମୂୟରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କଙ୍କଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ହୋଇଥିବା ରାଜସ୍ୱ ନିରୀକ୍ଷକ ବନିତା ମହାନ୍ତ ଓ ତାଙ୍କ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବନିତା ଦରିରେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।
ଆଜି ସକାଳେ ରାଜସ୍ୱ ନିରୀକ୍ଷକ ଓ ତାଙ୍କ ଝିଅ ଏକ କାର୍ ଯୋଗେ ଦରି ଯାଉଥିଲେ। ଏହି ସମୟରେ କଙ୍କଡା ନିକଟରେ ବିପରୀତ ଦିଗରୁ ଆସୁଥିବା ଗୌରୀ ନାମକ ଯାତ୍ରୀବାହୀ ବସ୍ ସହ ତାଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ରାଜସ୍ୱ ନିରୀକ୍ଷକଙ୍କ ଗାଡ଼ିଟି ବସ୍ ସହ ଧକ୍କା ହୋଇ ଏକ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ରାଜସ୍ୱ ନିରୀକ୍ଷକ ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣାରେ ରାଜସ୍ୱ ନିରୀକ୍ଷକ କାର୍ଟି ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି। ହେଲେ ଦୁର୍ଘଟଣାରେ ବସ୍ରେ ଥିବା ଯାତ୍ରୀଙ୍କର କିଛି ହୋଇନାହିଁ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
