lightning
ବାରିପଦା (ମାନିକ୍ ଲାଲ୍ ପାଣି): ଆମ୍ବ ଗୋଇଟାଇବାକୁ ଯାଇଥିଲେ, ଆଉ ଫେରିଲେ ନାହିଁ । ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ମଶିଣାବିଲଶ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଜି ପୂର୍ବାହ୍ନରେ ଆମ୍ବ ଗୋଟାଇବାକୁ କିଛି ପିଲା ଆମ୍ବ ଗଛ ତଳେ ପହଞ୍ଚି ଥିଲେ।
ଏହି ସମୟରେ ଭୀଷଣ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଜଣେ ୧୪ ବର୍ଷର ନାବାଳିକା ଏବଂ ୧୦ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ପିଥରାମ ଟୁଡୁଙ୍କ ଝିଅ ବୁସୁକି ଟୁଡୁ ଏବଂ ମୁଚିଆ ଟୁଡୁଙ୍କ ପୁଅ ଶାଳାଇ ଟୁଡୁ।
ପରିବାର ବର୍ଗ ଉଭୟ ନାବାଳକ ଏବଂ ନାବାଳିକାକୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସେମାନଙ୍କ ମୃତ ଘୋଷଣା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/lightning.jpg)