Advertisment

ହାଇୱାକୁ ପଛରୁ ପିଟିଲା କଲ୍ୟାଣି ବସ୍‌, ୨୦ ଆହତ

ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ବସ୍ ଛାଡ଼ି ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Road accident

Road accident

Advertisment

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କରଞ୍ଜିଆ ଗ୍ରୀଡ଼ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌କୁ ହାଇୱାକୁ ପଛପଟୁ ଧକ୍କା ଦେବାରୁ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀମାନଙ୍କ ମଧ୍ୟରେ ୫ଜଣ ଅବସ୍ଥା ଗୁରୁତର ରହିଛି।

Advertisment

ଆଜି ଦିନ ପ୍ରାୟ ୧୧ ଘଟିକା ସମୟରେ କଲ୍ୟାଣି ନାମକ ଏକ ଘରୋଇ ବସ୍‌ ହାତୀବାରିରୁ ଯାତ୍ରୀଙ୍କୁ ନେଇ କରଞ୍ଜିଆ ଅଭିମୁଖେ ଆସୁଥିଲା। କରଞ୍ଜିଆ ଗ୍ରୀଡ଼ ନିକଟରେ ଏକ ହାଇୱା ରାସ୍ତାକଡ଼ରେ ଠିଆ ହୋଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ହାଇୱା ପଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ। 

ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ବସ୍ ଛାଡ଼ି ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe