ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୩ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଡବିଲ ସାହିରେ। ସମସ୍ତଙ୍କୁ ଗୁରୁତରଙ୍କୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ବଡବିଲ ସାହିରେ ରହୁଥିବା ଅନନ୍ତ ଦଣ୍ଡପାଟଙ୍କ ପରିବାର ଜଙ୍ଗଲରୁ ଛତୁ ଆଣି ତାକୁ ରୋଷେଇ କରି ଖାଇଥିଲେ। ଛତୁ ଖାଇବାର କିଛି ସମୟ ପରେ ଅନନ୍ତଙ୍କ ସମେତ ଚନ୍ଦନ ଦଣ୍ଡପାଟ ଓ ଭଉଣୀ କମଳି ଦଣ୍ଡପାଟଙ୍କ ମୁଣ୍ଡ ବୁଲାଇ ଥିଲା। ପରେ ସେମାନଙ୍କୁ ବାନ୍ତି ହୋଇଥିଲା। ପରିବାର ଲୋକେ ଘରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
Also Read
ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣଙ୍କ ଅବସ୍ଥା ସ୍ଥିର ଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି। ଜଙ୍ଗଲରୁ ଆଣିଥିବା ବିଷାକ୍ତ ଛତୁ ଖାଇବାଦ୍ୱାରା ଏପରି ଘଟିଥିବା ଜଣାପଡ଼ିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଲଟିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍, ଜଣେ ମୃତ
ସକାଳ ପ୍ରାୟ ୮ଟା ବେଳେ ଜୁଆଳିକଟା ଛକ ନିକଟରେ ପିକ୍ଅପ୍ ଭ୍ୟାନ୍ଟି ଓଲଟି ପଡ଼ିଥିଲା।
Crime
ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଆଜି ସକାଳେ ଠାକୁରମୁଣ୍ଡା ଥାନା ଅନ୍ଧାରିଖମଣ ଗାଁ ପାଖରେ ଜଙ୍ଗଲରେ ଦୁର୍ଗନ୍ଧ ହେଉଥିଲା। ସ୍ଥାନୀୟ ଲୋକେ ଖୋଜାଖୋଜି କରିବାରୁ ଜଙ୍ଗଲ ଯିବା ରାସ୍ତା ପାର୍ଶ୍ୱରେ ଏକ ଗଛ ମୂଳରେ ମୃତଦେହ ପୋତା ହୋଇଥିବା ଦେଖିବାକୁ ମିଳିଥିଲା।
Human Intrest
ସ୍ବପ୍ନରେ ଆସିଥିଲେ କାଳିଆ, ଦାନ କରିଦେଲେ ନିଜର ଘରଡିହ
କାଳିଆ ପ୍ରେମରେ ବାୟା ବନବାସୀନି ମାଉସୀ। ଦାନ କରିଦେଲେ ନିଜର ଶ୍ୱଶୁର ଓ ଗୋଶେଇ ଶ୍ୱଶୁର ଅମର ଘର ଡିହକୁ। ଏବେ ସାନ ଝିଅ ଘରେ ମହାପ୍ରଭୁଙ୍କ ନାମ ଜପୁଛନ୍ତି ବନବାସୀନି ମାଉସୀ।