Advertisment

ବିଷାକ୍ତ ଛତୁ ଖାଇ ୩ ଅସୁସ୍ଥ

3 sick after eating poisonous spices

KARANJIA

KARANJIA

Advertisment

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୩ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଡବିଲ ସାହିରେ। ସମସ୍ତଙ୍କୁ ଗୁରୁତରଙ୍କୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି  ବଡବିଲ ସାହିରେ ରହୁଥିବା ଅନନ୍ତ ଦଣ୍ଡପାଟଙ୍କ ପରିବାର ଜଙ୍ଗଲରୁ ଛତୁ ଆଣି ତାକୁ ରୋଷେଇ କରି ଖାଇଥିଲେ। ଛତୁ ଖାଇବାର କିଛି ସମୟ ପରେ ଅନନ୍ତଙ୍କ ସମେତ ଚନ୍ଦନ ଦଣ୍ଡପାଟ  ଓ ଭଉଣୀ କମଳି ଦଣ୍ଡପାଟଙ୍କ ମୁଣ୍ଡ ବୁଲାଇ ଥିଲା। ପରେ ସେମାନଙ୍କୁ ବାନ୍ତି ହୋଇଥିଲା। ପରିବାର ଲୋକେ ଘରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣଙ୍କ ଅବସ୍ଥା ସ୍ଥିର ଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି।  ଜଙ୍ଗଲରୁ ଆଣିଥିବା ବିଷାକ୍ତ ଛତୁ  ଖାଇବାଦ୍ୱାରା ଏପରି ଘଟିଥିବା ଜଣାପଡ଼ିଛି।

Advertisment
Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe