Advertisment

ହାତୀ ଦାନ୍ତ ପାଇଁ ହୋଇଥିଲା ଡିଲ୍‌, ମାଡ଼ି ବସିଲା ବନ ବିଭାଗ

ଶିମିଳିପାଳ ପାଦଦେଶରେ ଥିବା ଯଶିପୁରର ଜାମୁକେଶ୍ୱର ଗାଁରୁ ଆଜି ୪ଟି ହାତୀ ଦାନ୍ତ ଜବତ ହୋଇଛି। ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Elephant Tusks

Elephant Tusks

Advertisment

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ଶିକାରୀଙ୍କ ପାଦ୍ରୂଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ହେବ ବନ କର୍ମଚାରୀ ଶିମିଳିପାଳରେ ପାଟ୍ରୋଲିଂ ବନ୍ଦ କରି ଦେଇଥିବା ବେଳେ ତାହା ଶିକାରୀଙ୍କୁ ଖୁବ୍‌ ସୁହାଉଛି। ଶିମିଳିପାଳ ପାଦଦେଶରେ ଥିବା ଯଶିପୁରର ଜାମୁକେଶ୍ୱର ଗାଁରୁ ଆଜି ୪ଟି ହାତୀ ଦାନ୍ତ ଜବତ ହୋଇଛି। ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Advertisment

ହାତୀଦାନ୍ତ ଚୋରାଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଆଜି ଭୋରରୁ ଏହି ଚଢ଼ାଉ ହୋଇଥିଲା। ଉତ୍ତର ଶିମିଳିପାଳ ଡେପୁଟି ଡାଇରେକ୍ଟର ଦକ୍ଷିଣ ଡିଭିଜନଙ୍କ ନେତୃତ୍ୱରେ ଶିମିଲିପାଲ ଦକ୍ଷିଣ, ସିମିଲିପାଲ ଉତ୍ତର ଏବଂ ରାଇରଙ୍ଗପୁର ଡିଭିଜନର ACF, ରେଞ୍ଜ ଅଫିସର ଓ ବନ କର୍ମଚାରୀଙ୍କୁ ନେଇ ଏହି ଚଢ଼ାଉ ହୋଇଥିଲା।

ଚଢ଼ାଉ ସମୟରେ ଜଣେ ବ୍ୟକ୍ତିଙ୍କ ଘରୁ ୪ଟି ହାତୀ ଦାନ୍ତ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ୫ ଜଣଙ୍କୁ ବାନ୍ଧିଛି ବନ ବିଭାଗ । ତେବେ ଗିରଫ ଅଭିଯୁକ୍ତଙ୍କ ପରିଚୟ ମିଳିପାରିନି। ଜବତ ହାତୀଦାନ୍ତ ମୂଲ୍ୟ ଲକ୍ଷାଧୀକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ହାତୀଦାନ୍ତକୁ ବିକିବା ପାଇଁ ଏକ ବଡ଼ ଡିଲ୍‌ ହୋଇଥିବା ଜଣାଯାଇଛି। ତେବେ ତାହା ପୂର୍ବରୁ ମାଡ଼ି ବସିଲା ବନ ବିଭାଗ । ତେବେ ହାତୀ ଦାନ୍ତ କେଉଁଠୁ, କିପରି ଓ କିଏ କିଏ ଶିକାର କଲେ ସେ ନେଇ କିଛି ସୂଚନା ମିଳିନି। ଏହି ରାକେଟରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ବି କିଛି ସୂଚନା ମିଳିପାରିନି।

Advertisment

ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଜଣେ ଫରେଷ୍ଟ ଗାର୍ଡ ଓ ଫରେଷ୍ଟରଙ୍କ ଜୀବନ ଚାଲି ଯାଇଛି। ବନ କର୍ମଚାରୀଙ୍କ ସୁରକ୍ଷା ଦାବି କରି ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ବନ କର୍ମଚାରୀ ଶିମିଳିପାଳରେ ପାଟ୍ରୋଲିଂ ବନ୍ଦ କରି ଦେଇଛନ୍ତି। ଏହା ବେପାରୀଙ୍କୁ ଖୁବ ସୁହାଉଥିବା ବେଳେ ସେମାନେ ବେଧଡ଼କ କରି ଚାଲିଛନ୍ତି ଶିକାର। ତେବେ ଏହାକୁ ରୋକିବାକୁ ତଥା ବନ କର୍ମଚାରୀଙ୍କୁ ପାଟ୍ରୋଲିଂ ନିମନ୍ତେ ବୁଝାଶୁଝା କରି ରାଜି କରାଇବା ନିମନ୍ତେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁ ନ ଥିବାରୁ ଏହାକୁ ନେଇ ପରିବେଶବିତ ଉଦବେଗ ପ୍ରକାଶ କରିଛନ୍ତି ।

Elephant Trafficking Arrest Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe