/odisha-reporter/media/post_attachments/uploadimage/library/16_9/16_9_0/Accident_1682137853.jpg)
Accident
ମୟୂରଭଞ୍ଜ ଜିଲ୍ଲାର ୪୯ନମ୍ବର ଜାତୀୟ ରାଜପଥ ର ଅଙ୍ଗାରପଦା ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ଗଛକୁ ଧକ୍କା ଦେଇ ଡିଭାଇଡରରେ ପିଟିହେବାରୁ ୪ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।
Advertisment
ଆହତ ଶ୍ରମିକଙ୍କୁ ଯଶିପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡ଼ିଛି।
ଗତକାଲି ପିକ୍ଅପ୍ ଭ୍ୟାନରେ ୬ଜଣ ଶ୍ରମିକ କୂଅ ଖନନ ପାଇଁ କେନ୍ଦୁଝରରୁ ଯଶିପୁର ଅଭିମୁଖେ ଆସୁଥିଲେ। ଅଙ୍ଗାରପଦା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପଟି ହୋଇଯାଇଥିଲା। ପରେ ଗାଡ଼ିଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ୪ଜଣ ଶ୍ରମିକ ଆହତ ହୋଇଥିଲେ। ହେଲେ ଅନ୍ୟ ୨ଜଣଙ୍କର କିଛି ହୋଇନଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
