ମହଙ୍ଗା ପଡିଲା ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଘଟଣା, ବନ୍ଧା ହେଲେ ୯ ଜଣ

ବାରିପଦା(ମାଣିକ ଲାଲ ପାଣି): ମହଙ୍ଗା ପଡିଲା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା  ଘଟଣା । ଜିଲାପାଳଙ୍କ ଗାଡି ଭଙ୍ଗାରୁଜା ସହ ଜାତୀୟ ରାଜପଥ ଅବରୋଧ କରିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ମୟୂରଭଂଜ ପୁଲିସ୍‌ । ମୟୁରଭଂଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ସୌରୀ ଛକରେ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣକୁ ବିରୋଧ କରି ରାସ୍ତାରୋକ ହୋଇଥିଲା  । ସେହି ସମୟରେ ଜିଲ୍ଲାପାଳ ପରିବାର ସହ କୌଣସି ଏକ […]

vehicle

Niharika Rout
  • Published: Monday, 25 April 2022
  • , Updated: 25 April 2022, 01:41 PM IST

ବାରିପଦା(ମାଣିକ ଲାଲ ପାଣି): ମହଙ୍ଗା ପଡିଲା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା  ଘଟଣା । ଜିଲାପାଳଙ୍କ ଗାଡି ଭଙ୍ଗାରୁଜା ସହ ଜାତୀୟ ରାଜପଥ ଅବରୋଧ କରିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ମୟୂରଭଂଜ ପୁଲିସ୍‌ ।

ମୟୁରଭଂଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ସୌରୀ ଛକରେ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣକୁ ବିରୋଧ କରି ରାସ୍ତାରୋକ ହୋଇଥିଲା  । ସେହି ସମୟରେ ଜିଲ୍ଲାପାଳ ପରିବାର ସହ କୌଣସି ଏକ କାର୍ଯ୍ୟରେ ଯାଉଥିଲେ। ଜିଲ୍ଲାପାଳଙ୍କ ଗାଡ଼ି ଦେଖି ଲୋକେ ତାଙ୍କ ଗାଡିକୁ ଅଟକାଇଥିଲେ । ଜିଲାପାଳ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ପୂର୍ବରୁ ଉପସ୍ଥିତ ଲୋକେ ସେଠାରେ ଗଣ୍ଡଗୋଳ କରିଥିଲେ । କିଛି ଦୁର୍ବୃତ୍ତଙ୍କ ଢେଲା ମାଡରେ ଜିଲ୍ଲାପାଳଙ୍କ ଗାଡିର କାଚ ଭାଙ୍ଗିଥିଲା

[caption id="attachment_729846" align="aligncenter" width="650"] ଗିରଫ ଅଭିଯୁକ୍ତମାନେ ।[/caption]

ଏହି  ଘଟଣାରେ ପୁଲିସ୍‌ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ୍‌ ୯ ଜଣ ବ୍ୟକ୍ତିଙ୍କୁ ଉକ୍ତ ଘଟଣାରେ ଗିରଫ କରି କୋର୍ଟଚାଲାଣ କରିଛି। ରାସ୍ତା ଅବରୋଧ ଏବଂ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା  ଓ ପିଏସଓଙ୍କଠାରୁ ବନ୍ଧୁକ ଛଡ଼ାଇବା ପରି ସଙ୍ଗୀନ ମାମଲା ରୁଜୁ କରି ଗିରଫ ବ୍ୟକ୍ତିଙ୍କୁ କୋର୍ଟଚାଲାଣ କରିଛି  ।

ମୟୁରଭଂଜ ପୁଲିସ୍‌ ପକ୍ଷରୁ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ଜାଗାରେ ଛାପାମରା ଜାରି ରଖିଛି । ଗିରଫଦାରି ଆଗକୁ ଆହୁରି ବଢିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି   ।

Related story