Advertisment

Drown To Death: ଟୁଙ୍କି ଜଳପ୍ରପାତରେ ବୁଡ଼ିଗଲେ ଡିପ୍ଲୋମା ଛାତ୍ର

ସୌମିତ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ଏହା ଦେଖି ତାଙ୍କ ସାଙ୍ଗ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

wqterfall

ଏହି ଜଳପ୍ରପାତରେ ବୁଡ଼ିଗଲେ ଛାତ୍ର ଜଣଙ୍କ

Advertisment

ଦୁଇ ସାଙ୍ଗ ଆସିଥିଲେ ଜଳ ପ୍ରପାତ ବୁଲିବାକୁ। ହେଲେ ଜଳ ପ୍ରପାତରେ ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ଜଣେ ବୁଡ଼ିଗଲେ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଟୁଙ୍କି ଜଳପ୍ରପାତରେ।

Advertisment

ମୃତକଙ୍କ ନାଁ ସୌମିତ କୁମାର ପାତ୍ର। ତାଙ୍କ ଘର ବାରିପଧାର ମୁର୍ଗାବାଡ଼ି ଅଞ୍ଚଳରେ। ସେ ଲକ୍ଷ୍ମୀପୋଷି ସ୍ଥିତ ମୟୂରଭଞ୍ଜ ସ୍କୁଲ ଅଫ୍‌ ଇଞ୍ଜିନିୟରିଂରେ ଡିପ୍ଲୋମା କରୁଥିଲେ।
ସୌମିତ ତାଙ୍କର ଜଣେ ସାଙ୍ଗ ସହିତ ଟୁଙ୍କି ଜଳପ୍ରପାତ ବୁଲିବାକୁ ଯାଇଥିଲେ। ସେ ଜଳପ୍ରପାତରେ ଗାଧୋଉଥିବା ବେଳେ ତାଙ୍କ ସାଙ୍ଗ ବାହାରେ ରହି ଭିଡିଓ ଉତ୍ତୋଳନ କରୁଥିଲେ। 

ସୌମିତ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ଏହା ଦେଖି ତାଙ୍କ ସାଙ୍ଗ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।  

Advertisment

ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସୌମିତଙ୍କୁ ଜଳପ୍ରପାତରୁ ଉଦ୍ଧାର କରି ଖୁଣ୍ଟା ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe