Advertisment

ପଡ଼ୋଶୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ, ଏବେ ଭୋଗିବେ ୨୦ ବର୍ଷ ଜେଲ୍‌

ଗତ ବର୍ଷ ଏପ୍ରିଲରେ ନାବାଳିକାଜଣକ ନିଜ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗରେ ଅଭିଯୁକ୍ତଜଣକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏକଥା ବାହାରେ ପ୍ରଘଟ କଲେ ହତ୍ୟା କରି ଦେବାକୁ ଧମକ ଦେଇଥିଲେ।

ଅଦ୍ୟତନ ହୋଇଛି
Minor Girl

Minor Girl

Advertisment

ନାବାଳିକା ଦୁଷ୍କର୍ମକାରୀ ଭୋଗିବେ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ଏଥିସହ ୧୦ ହଜାର ଟଙ୍କା ଜରିମାନା ବି ଦେବେ। ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟ ବିଚାରପତି ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

Advertisment

ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଜଣେ ନାବଳିକାକୁ ପଡ଼ୋଶୀ ବ୍ୟକ୍ତି ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ବ୍ୟକ୍ତି ଜଣକ ହେଲେ ଘନ ନାୟକ ।

ଗତ ବର୍ଷ ଏପ୍ରିଲରେ ନାବାଳିକାଜଣକ ନିଜ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗରେ ଅଭିଯୁକ୍ତଜଣକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏକଥା ବାହାରେ ପ୍ରଘଟ କଲେ ହତ୍ୟା କରି ଦେବାକୁ ଧମକ ଦେଇଥିଲେ।

Advertisment

ତେବେ ନାବାଳିକା ଜଣକ ଏକଥା ଘରେ କହିବାରୁ ପରିବାର ଲୋକେ ସ୍ଥାନୀୟ ବାଦାମପାହାଡ଼ ଥାନାରେ ମାମଲା ରୁଜୁ କରିଥିଲେ। ଏହି ଘଟଣାରେ ପୁଲିସ ବିଭିନ୍ନ ସାକ୍ଷୀ ପ୍ରମାଣକୁ ନେଇ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା।

ଏପରି ଏକ ସ୍ପର୍ଶକାତର ମାମଲାର ବିଚାର କରି ବୁଧବାର ସ୍ୱତନ୍ତ୍ର ପୋକ୍ସ କୋର୍ଟ ଅଭିଯୁକ୍ତ ଘନ ନାଏକଙ୍କୁ ସ୍ୱତନ୍ତ୍ର ପୋକ୍ସ ଧାରାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଓ ୧୦ ହଜାର ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ହେଲେ ୬ ମାସ ଜେଲ ଦଣ୍ଡ ପାଇଁ ଆଦେଶ ଦେଇଛନ୍ତି ବିଚାରପତି।

ଅପରପକ୍ଷେ, ଏହି ଘଟଣାର ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Minor Raped Criminal Arrested Judgement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe