Advertisment

ଚମକିଲେ ଅଢ଼େଇ ବର୍ଷର ଝିଅ

କରଞ୍ଜିଆ(ଦୀପକ କୁମାର ମହାନ୍ତ):ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଥିବା ମୟୁରଭଞ୍ଜ ଜିଲ୍ଲାର କୁନି ଝିଅ ଶ୍ରେୟାସି ମହାନ୍ତଙ୍କୁ ମେଡାଲ ପ୍ରଦାନ କରାଯାଇଛି। ମାତ୍ର ଅଢେଇ ବର୍ଷରେ ଏଇ ରେକର୍ଡ କରି ପାରିଛନ୍ତି କୁନି ଝିଅ। ସେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଥିବା ବେଳେ ଗତକାଲି ତାଙ୍କୁ ମେଡାଲ, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ସେ ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଗ୍ରାମପଞ୍ଚାୟତ ବାଟି ସାହିର ବାସିନ୍ଦା ।  ଏହି କୁନି ଝିଅ ଇଂରାଜୀ […]

ଚମକିଲେ ଅଢ଼େଇ ବର୍ଷର ଝିଅ

6nm

Advertisment

କରଞ୍ଜିଆ(ଦୀପକ କୁମାର ମହାନ୍ତ):ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଥିବା ମୟୁରଭଞ୍ଜ ଜିଲ୍ଲାର କୁନି ଝିଅ ଶ୍ରେୟାସି ମହାନ୍ତଙ୍କୁ ମେଡାଲ ପ୍ରଦାନ କରାଯାଇଛି। ମାତ୍ର ଅଢେଇ ବର୍ଷରେ ଏଇ ରେକର୍ଡ କରି ପାରିଛନ୍ତି କୁନି ଝିଅ। ସେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଥିବା ବେଳେ ଗତକାଲି ତାଙ୍କୁ ମେଡାଲ, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ସେ ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଗ୍ରାମପଞ୍ଚାୟତ ବାଟି ସାହିର ବାସିନ୍ଦା ।  ଏହି କୁନି ଝିଅ ଇଂରାଜୀ ବର୍ଣ୍ଣମାଳାର  A ପାଖରୁ  Z ପର୍ଯ୍ୟନ୍ତ ସ୍ପଷ୍ଟ ଉଚ୍ଚାରଣ କରିବା ସହିତ ବର୍ଣ୍ଣମାଳା ଆଧାରରେ ୧୨ ଟି ‍ଫଳ,୧୦ ଟି ପ୍ରାଣୀ, ୭ଟି ଖାଦ୍ୟ ୮ଟି ରଙ୍ଗ, ସପ୍ତାହର ୭ ଦିନ ଓ ଓଡ଼ିଆ ବର୍ଣ୍ଣମାଳା ସ୍ପଷ୍ଟ ଚିହ୍ନଟ କରି କହି ପାରୁଛନ୍ତି। ସୁବ୍ରତ ମହାନ୍ତ ଏବଂ ତୃପ୍ତିଲତା ମହାନ୍ତଙ୍କ ଝିଅ ଶ୍ରେୟାଶୀଙ୍କ ପ୍ରତିଭା ସଂକ୍ରାନ୍ତୀୟ ଭିଡ଼ିଓ ଗତ ଜୁନମାସ ୨୧ ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡକୁ ପଠାଯାଇଥିଲା। ସେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହେବାପରେ ଚୂଡାନ୍ତ ପର୍ଯ୍ୟାୟରେ ମଧ୍ୟ ସ୍ଥାନପାଇ ଯୋଗ୍ୟତା ଅର୍ଜ୍ଜନ କରି ଆଜି ମେଡାଲ ପାଇଛନ୍ତି।

Advertisment

ମୟୁରଭଞ୍ଜ ପାଇଁ ସଫଳତା ଆଣି ପାରିଛନ୍ତି  କୁନି ଝିଅ ଶ୍ରେୟାଶୀ। ଜୁନ ୨୩ ରେ  ଇଣ୍ଡିଆ ବୁକ ଅଫ ରେକର୍ଡରେ ତାଙ୍କ ନାମ ଘୋଷଣା ହୋଇଥିଲା । ତେବେ ଗତକାଲି ମେଡାଲ,ପ୍ରମାଣପତ୍ର, ଇଣ୍ଡିଆ ବୁକ ଅଫ ରେକର୍ଡ ପୁସ୍ତକ ସହିତ ପରିଚୟ ପତ୍ର ପ୍ରଦାନ କରାଯାଇଛି।  ଶ୍ରେୟାଶୀଙ୍କ ବାପା ସୁବ୍ରତ ମହାନ୍ତ ITBPବିଭାଗର ପାରା ମେଡ଼ିକାଲ ବିଭାଗ ଦିଲ୍ଲୀରେ କାର୍ଯ୍ୟରତ ଅଛନ୍ତି । ମା ଗୃହିଣୀ। ଶ୍ରେୟାଶୀ ବର୍ତ୍ତମାନ ବାପା ମା'ଙ୍କ ସହିତ ଦିଲ୍ଲୀରେ ଅଛନ୍ତି । ଅଳ୍ପ ବୟସରେ ନୂଆ ଜିନିଷ ଶିଖିବାର ଆଗ୍ରହ ଓ ବିଚକ୍ଷଣ ସ୍ମୃତିଶକ୍ତି ପାଇଁ ଶ୍ରେୟାଶୀଙ୍କୁ ଏହି ସଫଳତା ଆଣି ଦେଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe