ତୋର’ ବହୁତ ହାର୍ଡ଼ କେଶ୍ ଥିଲା...

ବାରିପଦା(ମାଣିକ ଲାଲ ପାଣି) ତୋର ବହୁତ ହାର୍ଡ଼ କେଶ୍ ଥିଲା। ତୋର ବିପି ବହୁତ ଅଧିକ।  ଅଲଟ୍ରାସାଉଣ୍ଡ କଲୁନାହିଁ ମୁଁ ରିକ୍ସ ନେଲି । ଆଉ କିଏ ହୋଇଥିଲେ ଅନ୍ୟ ମାନଙ୍କ ପରି ରେଫର କରିଥାଆନ୍ତି।  ସେଥିପାଇଁ ତୁ ଖର୍ଚ୍ଚ ଦେ। ଏଇ ଖାତା ଭିତରେ ରଖି ଦେଇ ଯାଆ । ଜଣେ ପ୍ରସୂତି ମହିଳାଙ୍କ ସ୍ୱାମୀଙ୍କୁ ଜଣେ ସେବିକା ଟଙ୍କା ମାଗୁଥିବା ଏକ ଭିଡିଓ ଏବେ ଭାଇରାଲ ହୋଇଛି।  ଏହି ଭାଇରାଲ ଭିଡିଓ ମୟୁରଭଞ୍ଜ ଜିଲ୍ଲାର […]

gbn1

gbn1

Tapas Behera
  • Published: Sunday, 16 May 2021
  • Updated: 16 May 2021, 06:21 PM IST

Sports

Latest News

ବାରିପଦା(ମାଣିକ ଲାଲ ପାଣି) ତୋର ବହୁତ ହାର୍ଡ଼ କେଶ୍ ଥିଲା। ତୋର ବିପି ବହୁତ ଅଧିକ।  ଅଲଟ୍ରାସାଉଣ୍ଡ କଲୁନାହିଁ ମୁଁ ରିକ୍ସ ନେଲି । ଆଉ କିଏ ହୋଇଥିଲେ ଅନ୍ୟ ମାନଙ୍କ ପରି ରେଫର କରିଥାଆନ୍ତି।  ସେଥିପାଇଁ ତୁ ଖର୍ଚ୍ଚ ଦେ। ଏଇ ଖାତା ଭିତରେ ରଖି ଦେଇ ଯାଆ । ଜଣେ ପ୍ରସୂତି ମହିଳାଙ୍କ ସ୍ୱାମୀଙ୍କୁ ଜଣେ ସେବିକା ଟଙ୍କା ମାଗୁଥିବା ଏକ ଭିଡିଓ ଏବେ ଭାଇରାଲ ହୋଇଛି।  ଏହି ଭାଇରାଲ ଭିଡିଓ ମୟୁରଭଞ୍ଜ ଜିଲ୍ଲାର ପଛୁଆ ଇଲାକା ଠିକୁରମୁଣ୍ଡା ବ୍ଲକ  ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ବୋଲି ଜଣାପଡିଛି । ପାଖ ରାଣିଭୋଳ ଗାଁର ବାମୁଣୀ ସୋୟ ପ୍ରସବ ଜନିତ ଯନ୍ତ୍ରଣା ପରେ ଭର୍ତ୍ତି ହୋଇଥିଲେ।

ତେବେ ସେଠାରେ ଡ୍ୟୁଟିରେ ଥିବା ସେବିକା ତାଙ୍କର ପ୍ରସବ କରାଇଥିଲେ । ହେଲେ ଏକ ହଜାର ଟଙ୍କା ଦାବି କରିଥିଲେ। ଏହା ପରେ ତାହା ମୁଲଚାଲ ମଧ୍ୟ ହୋଇଥିଲା । ଜଣେ ନିହାତି ଗରିବ ଆଦିବାସୀ ପରିବାର ହୋଇଥିବାରୁ ବାମୁଣୀ ସୋୟଙ୍କ ସ୍ୱାମୀ ଦୁର୍ଗା ସୋୟ ଅକ୍ଷମତା ପ୍ରକାଶ କରିଥିଲେ। ତେବେ ଟଙ୍କା ମାଗିବାର ଏକ ଭିଡିଓ ଭାଇରାଲ ହୋଇଥିଲା।

ଲୋକଙ୍କ ଅଭିଯୋଗ ଏବଂ ଭିଡିଓ ଦେଖି  ସ୍ଥାନୀୟ ପୂର୍ବତନ ବିଧାୟକ ଗୋଷ୍ଟ ସ୍ଵାସ୍ଥ୍ୟ ଅଧିକାରୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମସ୍ତଙ୍କ ନଜରକୁ ଆଣିଥିଲେ ।  ସେଥିରେ କିଛି ସୁଫଳ ନ ମିଳିବାରୁ  ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହି ଘଟଣା ଦୁଇ ମାସ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି କରଂଜିଆର ପୂର୍ବତନ ବିଧାୟକ ପଦ୍ମଚରଣ ହାଇବ୍ରୁ କହିଛନ୍ତି। ମୟୁରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କିଭଳି ଚାଲିଛି ତାହାର ଏହା ଏକ ନଗ୍ନ ଉଦାହରଣ  ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos